{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ନିକଟରେ ଟ୍ରକ ବୁଲେଟ ଧକ୍କା, ଜଣେ ମୃତ। ସୂଚନା ଯେ, ଗତ କାଲି ଅପରାହ୍ନ ସମୟରେ ଏକ ଟ୍ରକ ଅନୁଗୋଳ ଆଡୁ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବୁଲେଟ ତଥା ଜରପଡ଼ା ଅଞ୍ଚଳରୁ ଅନୁଗୋଳ ଅଞ୍ଚଳକୁ ଆସୁଥିବା ବେଳେ ଧକ୍କା ହୋଇଥିଲା। ଯାହା ଫଳରେ ବୁଲେଟ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ କୋରଡା ଗ୍ରାମର ବ୍ରଜ ବେହେରାଙ୍କ ପୁଅ ୨୪ ବର୍ଷୀୟ ସାଗର ବେହେରା ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଵା ବେଳେ ଖବର ପାଇ ଜରପଡ଼ା ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହ ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏ ପଟେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠେଇ ଦେଇଥିଵା ଜଣାପଡିଛି ।ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp