କୁଳୁ କୁଳୁ ନାଦ ରେ ବହି ଯାଉଥିବା ନନ୍ଦିରା ନଦୀ କୂଳରେ ଅବସ୍ଥିତ ପ୍ରଭୁ ମହାଦେବ ଙ୍କ ସୁନ୍ଦର୍ ମନ୍ଦିର ଟିଏ ,ଯେଉଁଠି କାହିଁ କେଉଁ କାଳରୁ ପ୍ରଭୁ ମହାଦେବ ଏଠି ଆବିର୍ଭାବ ହୋଇଛନ୍ତି । ହଁ ଆଜ୍ଞା ଆମେ ଯେଉଁ ମନ୍ଦିର କଥା କହୁଛୁ ତାହା ହେଲା ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ରେ ଥିବା ବାବା ପିଙ୍ଗଲେଶ୍ୱର ମହାଦେବ ଙ୍କ ମନ୍ଦିର କଥା । ପ୍ରାୟ ୨୦୦ ବର୍ଷ ରୁ ଅଧିକ ବର୍ଷ ହେବ ସ୍ୱୟଂ ମହାଦେବ ଏଠି ପୂଜା ପାଉଛନ୍ତି। ଏହି ନନ୍ଦିରା ନଦୀ କୂଳ ପରିସରରେ ଥିବା ବାବାଙ୍କ ମନ୍ଦିର ସୋନ୍ଦର୍ଯ୍ୟ କରଣ ର ପରିବେଶ ସହ ସେଠାରେ ବିଭିନ୍ନ ଦେବଦେବୀଙ୍କ ଅବସ୍ଥାପିତ ପ୍ରତିମୂର୍ତ୍ତି ବେସ ମୋନରମା । ବହୁ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଧାଇଁ ଆସନ୍ତି ମହାଦେବ ଙ୍କ କୃପା ଲାଭ କରିବା ପାଇଁ । କେବଳ ମହାଦେବ ଙ୍କ ମନ୍ଦିର ନୁହେଁ ସେଠାରେ ମା ପାର୍ବତୀ ଙ୍କ ମନ୍ଦିର , ସୂର୍ଯ୍ୟ ପୁତ୍ର ଶନି ଦେବ ଙ୍କ ମନ୍ଦିର , କାଳୀ ମା ଙ୍କ ମନ୍ଦିର ମଧ୍ୟ ବିଦ୍ୟମାନ ହୋଇଛି । ଭକ୍ତ ମାନେ ନିଜର ଅଭିଳାଷ ଓ ମନସ୍କାମନା ପୂରଣ ପାଇଁ ମହାଦେବ ଙ୍କ ପାଖରେ ଗୁହାରି କରିଥାନ୍ତି । ମନ୍ଦିର ଟିକୁ ଦେଖିଲେ ଏଥିରେ ହୋଇଥିବା କାରୁକାର୍ଯ୍ୟ ଆପଣଙ୍କୁ ବିମୋହିତ କରିବ । ମନ୍ଦିର ର ନିର୍ମାଣ ଶୈଳୀ ଉତ୍କଳୀୟ ଭାସ୍କର୍ଯ୍ୟ ରେ ନିର୍ମିତ ହୋଇଥିବା ବେଳେ ମନ୍ଦିର ରେ ଅନେକ ପାର୍ଶ୍ୱ ଦେବାଦେବୀ , ମନ୍ଦିର ଦଧିନଉତି ରେ ସିଂହ ଚିତ୍ର ଗୁଡ଼ିକ ସମସ୍ତଙ୍କୁ ଆକୃଷ୍ଟ କରୁଛି । ମନ୍ଦିର ଟି ଗାଁ ଠାରୁ ଦୂରରେ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଶାନ୍ତ ପରିବେଶରେ ପ୍ରାୟ ଦୁଇ ଏକର ଜମି ରେ ନିର୍ମିତ ହୋଇଛି । ମନ୍ଦିର ର ବାମ ଭାଗରେ ରାମ ଭକ୍ତି ମହାବଳି ହନୁମାନ ଜପ କରୁଥିବା ବେଳେ ମନ୍ଦିର ପଛ ରେ ଶିବଙ୍କର ଏକ ମୂର୍ତ୍ତି ବିଦ୍ୟମାନ ହୋଇଛି । ବନବାସ ସମୟରେ ପ୍ରଭୁ ଶ୍ରୀ ରାମ , ଭ୍ରାତା ଲକ୍ଷ୍ମଣ ଓ ସୀତା ଙ୍କ ମୂର୍ତ୍ତି, ଚତୁ୍ଦ୍ଧାମୂର୍ତ୍ତି ସହ ଏଭଳି ଅନେକ ମୂର୍ତ୍ତି ଗୁଡିକ ମନ୍ଦିର ପରିସରରେ ରହିଅଛି । ମନ୍ଦିର କୁ ବେଢ଼ି ରହିଥିବା ପାଚେରୀ ଗୁଡିକରେ ହୋଇଥିବା କାରୁକାର୍ଯ୍ୟ ବାହାରେ ଦେଖୁଥିବା ଲୋକଙ୍କୁ ବିମୋହିତ କରେ । ପର୍ବ ପର୍ବାଣୀ ର କଥା ଦେଖିଲେ ମନ୍ଦିର ରେ ଶିବ ଙ୍କ ସହ ଜଡ଼ିତ ସମସ୍ତ ପୂଜା ଯଥା ଶିବ ରାତ୍ରି , ପଞ୍ଚୁକ , ଶ୍ରାବଣରେ କାଉଡ଼ିଆ ଙ୍କ ଜଳଲାଗି ରୁଦ୍ରାଭିଷେକ, ଜଳାଭିଷେକ ଆଦି ହୋଇଥାଏ । ବିବାହ ଓ ବ୍ରତ ଘର ଆଦି କାର୍ଯ୍ୟ ପାଇଁ ମଧ୍ୟ ସ୍ଥାନୀୟ ଲୋକଙ୍କ ପ୍ରଥମ ପସନ୍ଦ। ଏହି ବାବା ପିଙ୍ଗଲେଶ୍ୱର ମହାଦେବ ଙ୍କ ମନ୍ଦିର ଲୋକଙ୍କ ପ୍ରଥମ ପସନ୍ଦ ହୋଇଥଏ। କିନ୍ତୁ ବିଡମ୍ବନା ର ବିଷୟ ରାସ୍ତା ର ଦୂରବସ୍ଥା ମନ୍ଦିର କୁ ଆସିଥିବା ଭକ୍ତ ଙ୍କୁ ଆସିବାରେ ବାଧା ସୃଷ୍ଟି କରୁଛି। ଗାଁ ଲୋକଙ୍କ ଅନୁରୋଧ ଯଦି ସରକାର ଏଥି ପ୍ରତି ଦୃଷ୍ଟି ଦେବେ ତେବେ ଅଧିକ ରୁ ଅଧିକ ଭକ୍ତ ଙ୍କ ଆଗମନ ଏହି ମନ୍ଦିର କୁ ହେବା ସହିତ ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିବ ବୋଲି ସ୍ଥାନୀୟ ଲୋକଙ୍କ ମତ ରହିଛି ।
ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp