{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୁଳ ସଭାଘର ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ଏହି ସମାରୋହ କୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି।
ଶ୍ରୀ ପାଣି ନିଜ ବକ୍ତବ୍ୟରେ ସହର ବିକାଶରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପଯୋଗିତା ବର୍ଣ୍ଣନା କରିବା ସହ ଅନୁଗୁଳ ପୌରପାଳିକାର ଗୌରବ
ଏବଂ ଏହାକୁ ଅଧିକ ବିକଶିତ କରିବା ପାଇଁ ସାମଗ୍ରିକ ପ୍ରତିବଦ୍ଧତା ଉପରେ ମତ ରଖିଥିଲେ ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ପୌରପାଳିକା ସହ ତାଙ୍କର ସମ୍ପର୍କ ଏବଂ ଅନୁଗୁଳ ସହର ର ଶିକ୍ଷା,ସ୍ବାସ୍ଥ୍ୟ ,ପାନୀୟ ଜଳ ସମସ୍ୟା ଏବଂ ଆଲୋକିକରଣ ର ଉନ୍ନତି ପାଇଁ ସେ ଅଗ୍ରାଧିକାର ଦେବେ ବୋଲି କହିଥିଲେ।ଅନୁଗୁଳ ବାଇପାସ୍ ରାସ୍ତା ର ସମ୍ପୂର୍ଣତା ଏବଂ ଟ୍ରାଫିକ ବ୍ୟବସ୍ଥାର ବିକାଶ, ହାତୀ ମୃତ୍ୟୁ ରୋକିବା ପାଇଁ ମଧ୍ୟ ସେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଥିଲେ।ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଅନୁଗୁଳ ର ଅସ୍ମିତା କଳା ସଂସ୍କୃତି ର ମହାନତା ବର୍ଣ୍ଣନା କରିଥିଲେ। ନଗରପାଳ ଅକ୍ଷୟ ସାମନ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଅନୁଗୁଳ କୁ ଏକ ସ୍ଵଚ୍ଛ ସୁନ୍ଦର,ପ୍ରଦୂଷଣ ମୁକ୍ତ ସହର ଗଢିବାରେ ନାଗରିକଙ୍କ ସହଯୋଗ କାମନା କରିଥିଲେ।ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଉପାଧ୍ୟକ୍ଷା ଅନୁପମା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp