ଅମଲାପଡା ବାସନ୍ତୀ ଦୁର୍ଗାପୂଜା୪ ତାରିଖରେ ସପ୍ତମୀ ୮ରେ ଭଷାଣି



ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ
୧୯ ତମ ପୂଜା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି। ଏପ୍ରିଲ ୩ ତାରିଖ ଷଷ୍ଠୀ ଉପଲକ୍ଷେ ବିଲ୍ଵ ବରଣ, ୪ ତାରିଖ ସକାଳେ କଳସୀ ଶୋଭାଯାତ୍ରା, ଅଧିବାସ, ନବପତ୍ରିକା ସ୍ଥାପନ, ଜୀବନ୍ୟାସ, ଏପ୍ରିଲ ୫ ତାରିଖ ମହାଷ୍ଟମୀ ଉପଲକ୍ଷେ ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀପାଠ, ହୋମ, ଆଳତି, ସନ୍ଧ୍ୟାରେ ସନ୍ଧି ପୂଜା ଏପ୍ରିଲ ୬ ତାରିଖରେ ମହାନବମୀ ପୂଜା, ନବକୁମାରୀ ପୂଜା, ଚଣ୍ଡୀଯଜ୍ଞ, ଆଳତୀ, ଏପ୍ରିଲ ୭ ତାରିଖ ଦଶମୀ ଉପଲକ୍ଷେ ସକାଳେ ସୂର୍ଯ୍ୟପୂଜା, ଦଶମୀ ପୂଜା, ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଷଷ୍ଠୀ ଦିନ ସନ୍ଧ୍ୟାରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଅନୁଗୁଳ ଶାଖା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ସପ୍ତମୀ ଦିନ ସନ୍ଧ୍ୟାରେ ରିଦିମ୍ସ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା, ମା ବାସନ୍ତୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ,ଅଷ୍ଟମୀ ଦିନ ଅପରାହ୍ନରେ ଟାଇକୁଣ୍ଡୁ ଆସୋସିଏସନ ଦ୍ୱାରା କରାଟେ ସମର କଳା, ନଦିଆ ସଂକୀର୍ତନ, ନୃତ୍ୟ ସଂଗୀତ ବିଚିତ୍ରା, ନବମୀ ଦିନ ସକାଳ ୯ ଘଟିକା ସମୟରେ ବାସନ୍ତୀ ଭଲି ବଲ ଟ୍ରଷ୍ଟ ଓ ଅନୁଗୁଳ ଡିଫେନ୍ସ ଭେଟେରାନ ପକ୍ଷରୁ ରକ୍ତଦାନ ଶିବିର, ମାଧ୍ୟାନ୍ନ ରେ ନବ କୁମାରୀ ପୂଜା, ସନ୍ଧ୍ୟା ରେ ଦାଣ୍ଡିଆ ନୃତ୍ୟ, ଦଶମୀ ଦିନ ସନ୍ଧ୍ୟାରେ ମେଲୋଡି ଏବଂ ଆସନ୍ତା ୮ ତାରିଖ
ମଙ୍ଗଳବାର ଦିନ ଅପରାହ୍ନ ରେ ଭଷାଣି ସମାରୋହ ଅନୁଷ୍ଠିତ ହେବ।
ଏହି ପୂଜା ଉତ୍ସବ ରେ ବହୁ ସଂଖ୍ୟାରେ ଭକ୍ତ ତଥା ସହରବାସୀ ଯୋଗ ଦେବାକୁ କମିଟି ର ସଭାପତି ଶକ୍ତି ପ୍ରସାଦ ପଟନାୟକ, ସମ୍ପାଦକ ଅନୁପ କୁମାର ମହାନ୍ତି ଓ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp