ଲୁଚି ଲୁଚି ବିକୁଥିଲେ ବ୍ରାଉନ ସୁଗାର ଖବର ପାଇ ଆଡା ସ୍ଥଳରେ ପହଞ୍ଚି ବ୍ରାଉନ ସୁଗାର ବେପାରୀଙ୍କୁ ମାଡି ବସିଲା ପୋଲିସ। ଘଟଣାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ଭାଲୁଧରି ସାହି ରେଲୱେ ପାର୍ଶ୍ଵ ଆମ୍ବ ବଗିଚା ନିକଟରେ ବ୍ରାଉନ ସୁଗାର ବିକ୍ରୀ ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନାଲକୋ ପୁଲିସ ସଦଳବଳେ ଗତ କାଲି ସକାଳେ ଚଢାଉ କରି ବ୍ରାଉନ ସୁଗାର ବିକ୍ରୀ କରୁଥିବା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ୨୫ ବର୍ଷୀୟ ସତ୍ୟବାନ୍ ସାହୁ ଓ ଅନଗୁଳ ବନ୍ତଳା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ୨୬ ବର୍ଷୀୟ ପ୍ରଦ୍ୟୁମ୍ନ ସାହୁ ଓରଫ ପଦି ନାମକ ଜଣେ ଯୁବକଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ୫.୦୧ ଗ୍ରାମ ବ୍ରାଉନ ସୁଗାର୍ ଜବତ କରାଯାଇଛି। ଏଥିସହ ତାଙ୍କ ନିକଟରୁ ଏକ ମୋଟର ସାଇକେଲ ଯାହାର ଗାଡି ନମ୍ବର ଓଡି ୧୯ ଏଚ ୦୩୬୨ ଓ ନଗଦ ୧୬୧୦ ଟଙ୍କା ପୁଲିସ ଜବତ କରି ଥାନାକୁ ଆଣିଥିଲା। ଏହି କାରବାରର ସମ୍ପୃକ୍ତ ଥିବା ମୂଖ୍ୟ କିଙ୍ଗପିନ କୁହାଯାଉଥିବା ଗିରାଙ୍ଗ ଗ୍ରାମର ଝିଲି ସାହୁ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଛି। ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଯୁବକ ଦୁଇଜଣଙ୍କ ନାମରେ ପୁଲିସ ଏକ ମାମଲା ରୁଜୁକରି କେସ୍ ନମ୍ବର ୧୩୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି। ଥାନାର ତଦନ୍ତକାରୀ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଘଟଣାର ତଦନ୍ତ କରୁଛନ୍ତି। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
