ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଠାରୁ ଗତ ୨/୮/୨୫ ରିଖ ଦିନ ଏକ ୭ ବର୍ଷର ନାବାଳକ କୁ ବଳ ପୂର୍ବକ କିଛି ଅଜଣା ବ୍ୟକ୍ତି ଅପହରଣ କରି ନେଇଥିଲେ। ଯାହା ଦ୍ୱାରା ଅଭିଯୋଗକାରିଣୀ ସରସ୍ୱତୀ ସାହୁ ଯାହାଙ୍କ ଘର ଯାଜପୁର ଜିଲ୍ଲା ସାରଙ୍ଗପୁର ଅଞ୍ଚଳର । ଉକ୍ତ ମହିଳାଙ୍କ ଅଭିଯୋଗ କ୍ରମେ, ତାଳଚେର ଥାନା କେସ୍ ନମ୍ବର ୬୮୯/୨୦୨୫ ରୁଜ୍ଜୁ ହୋଇଥିଲା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ଏସପିଙ୍କ ନିର୍ଦେଶ କ୍ରମେ ତାଳଚେର ଏସଡିପିଓ ତାଳଚେର ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଢେଙ୍କାନାଳ ଜିଲ୍ଲା ଭାପୁର ଠାରୁ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଅଭିଯୁକ୍ତ ଏସକେ ରହିମୁଦ୍ଦିନ ବୟସ ୩୦, ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳ ର ସହଯୋଗୀ ସାଗର ମଲ୍ଲିକ ବୟସ ୨୫କୁ ଧରିବା ରେ ସକ୍ଷମ ହୋଇଛନ୍ତି ତାଳଚେର ପୁଲିସ। ଏମାନେ ଯେଉଁ କଳା ରଙ୍ଗ ର ସ୍କୋର୍ପିଓ ବ୍ୟବହାର କରିଥିଲେ ତାକୁ ଜବତ୍ କରିବା ସହ ତିନୋଟି ମୋବାଇଲ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତାଳଚେର ରୁ ବିଘ୍ନେଶ୍ୱର ସାହୁ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ