ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି l ଧୃବଙ୍କର ବାମ ଗୋଡ଼ରେ ଗୁଳି ବାଜି ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠମଲ୍ଲିକ ମେଡିକାଲ ଅଣାଯାଇଥିଲା l ପରେ ଅବସ୍ଥା ଗୁରୁତର ଥିବାରୁ ଧୃବ ନାୟକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପରିବାର ଲୋକେ ସ୍ଥାନାନ୍ତରିତ କରିଛନ୍ତି l ସୁଚନା ମୁତାବକ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା l ଛତୁ ସଂଗ୍ରହ କରୁଥିବା ସମୟରେ ଏକ ଶିକରୀ ର ବନ୍ଧୁକ ଗୁଳି ଧୃବ ନାୟକଙ୍କର ବାମ ଗୋଡ଼ରେ ବାଜିଛି ବୋଲି
ଧୃବ ନାୟକ ପ୍ରକାଶ କରିଛନ୍ତି l ଖବର ପରିବେଷଣ କଲେ ଅସୁବିଧା ହେଵ ବୋଲି ଧମକ ଦେଇଛନ୍ତି ଜଣେ ବ୍ୟକ୍ତି l ଠାକୁରଗଡ଼ ଥାନା iic ଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି ଆମକୁ କହିଛନ୍ତି। ଗାଁରେ ଆଲେଚନା ହେଉଛି ପରିବାର ଲୋକ ସହିତ ମିଶି ଠାକୁରଗଡ଼ ଥାନା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ଅଞ୍ଚଳରେ ଅନେକ ବେଆଇନ ବନ୍ଧୁକ ରହିଥିବା ବେଳେ ବନବିଭାଗ ଓ ପୋଲିସର ଅବହେଳାରୁ ଅବାଧ ଶିକାର ଜାରି ରହିଛି l ଖବର ପ୍ରସାରଣ ହେଲେ ଶିକାରୀ ଧରାପାଡିବାର ଭୟରହିଛି l ତେଣୁ ଗଣ ମାଧ୍ୟମକୁ ଭୟଭିତ କରିବାକୁ ଚେଷ୍ଟା କରୁଛନ୍ତି ଶିକାରୀ l ଏଠାରେ ବନବିଭାର ଅପାରଗତା ପଦାରେ ପଡିଛି l ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
