ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ତାଳମଲିହାରେଞ୍ଜ ଫାଇଣ୍ଡର କ୍ରିକେଟ କ୍ଳବ୍ ପକ୍ଷରୁ ରାତ୍ରୀକାଳୀନ ଥାର୍ଟି ସାର୍କିଲ ମ୍ୟାଚ୍ ଉଦଯାପିତ ହୋଯାଇଛି। ଏହା ପାଞ୍ଚ ଦିନ ଧରି ଚାଲିଥିଲା ଏବଂ ଆଜି ଫାଇନାଲ ରେ ଆନନ୍ଦପୁର ସହିତ ତାଳମଳିହା ଖେଳିଥିଲା ଆନନ୍ଦପୁର ଦଳ ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲା ପ୍ରଥମେ ତାଳମଲିହା ବ୍ୟାଟିଂ କରି ଆଠ ଓଭରରେ ୧୧୮ରନ କରିଥିଲା ଜବାବରେ ଆନନ୍ଦପୁର ୧୨୧ରନ କରି ବିଜୟୀ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ୍ ରିଙ୍କୁ ହୋଇଥିବାବେଳେ ମ୍ୟାନ ଅଫ ଦି ସିରିଜ୍ ବାଦଲ ହୋଇଥିଲେ।ଏହି ଖେଳରେ ମୁଖ୍ୟ ଅତିଥିଭାବେ ବିଜେଡ଼ି ଯୁବ ନେତା ମହେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମହେଶ୍ୱର ସାହୁ, ଭଗବାନ ମାଝୀ , ରମାକାନ୍ତ ସାହୁ ଦିଲ୍ଲୀପ ସାହୁ, ଶଶାଙ୍କ ଶେଖର ପ୍ରଧାନ, ଆକୁଳ ଚନ୍ଦ୍ର ପ୍ରଧାନ , ଅନନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥଲେ, ଏବଂ ଅତିଥିମାନେ ଖେଳାଳି ମାନଙ୍କୁ ଟ୍ରଫି ସହ ପୁରସ୍କାର ବିତରଣ କରିଥଲେ।

ଅନୁଗୁଳ ଜିଲ୍ଲା ପ୍ରତିନିଧି ରମେଶ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ, ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp