ଆଜି ସକାଳୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୮ ବର୍ଷୀୟ ଛାତ୍ରୀଙ୍କ ର କଲେଜ ହଷ୍ଟେଲ ର ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି |
ଛାତ୍ରୀ ଜଣକ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳ ର ସନ୍ତୋଷ ସାହୁ ଙ୍କ ଝିଅ ଜସ୍ମିନୀ ସାହୁ, ସେ ତାଳଚେର ଅଞ୍ଚଳ ର ଭାଲୁଗାଡ଼ିଆ ଗୋପାଳପ୍ରସାଦ ରୁ ବୋଲି ଜଣାପଡିଛି | ସେ ଅନୁଗୁଳ ନୂଆ ବସ ଷ୍ଟାଣ୍ଡ ସାମ୍ନା ତାମ୍ରିତ କଲୋନୀ ରେ ଥିବା କ୍ରି୍ଏଟିଭ ଟେକ୍ନୋ କଲେଜ ରେ BCA ରେ ଦ୍ୱିତୀୟ ବର୍ଷରେ ପଢୁଥିଲେ ବୋଲି ଜଣାପଡିଛି | ଘର ଲୋକ ଙ୍କ ଅଭିଯୋଗ ଅନୁସାରେ ଏହା ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି..
ଛାତ୍ରୀ ଙ୍କ ସହିତ ଜବରଦସ୍ତି ୱାର୍ଡେନ ଏକ ରୁମ ରେ ରହିବା ନେଇ କାଲି ରାତିରେ ଛାତ୍ରୀ ଜଣଙ୍କ ତାଙ୍କ ପରିବାର ଲୋକ ଙ୍କୁ ଜଣାଇଥିଲେ, ଆଜି ସକାଳେ କଲେଜ ତରଫରୁ ଛାତ୍ରୀ ଜଣକ ଫ୍ୟାନ ରେ ଲୁଗା ଲଗେଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକ ଙ୍କୁ ଘରୋଇ ଶିକ୍ଷାନୁଷ୍ଠାନ ତରଫରୁ ଜଣାଯାଇଥିଲା…
ଅନୁଗୁଳ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ଏହାର ତଦନ୍ତ କରୁଛି।
ଅନୁଗୁଳ ରୁ ସୋମ ପ୍ରସାଦ ଦାସ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
