ସୋମବାର ସନ୍ଧ୍ୟାରେ ଅନୁଗୋଳର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଆୟୋଜିତ ଏକ ବୈଠକରେ ଉପସ୍ଥିତ ରହି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ସମସ୍ୟା ର ସମାଧାନ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡା॰ ଶିବାନନ୍ଦ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ । ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ରୋଗୀ ସେବାରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଖାଲି ଥିବା ବିଶେଷଜ୍ଞ ଡାକ୍ତରଙ୍କ ପଦ ଗୁଡିକୁ ପୂରଣ କରିବା ସହିତ ଖାଲି ଥିବା ଅନ୍ୟାନ ପଦବୀ ଗୁଡିକ ପୂରଣ ନେଇ ଉକ୍ତ ବୈଠକରେ ଆଲୋଚନା କରିଥିଲେ । ଅନୁଗୋଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଜିଲ୍ଲା ଚିକତ୍ସାଳୟର ଗୁରୁତ୍ଵ ରହିଛି ବୋଲି କହିଥିଲେ । ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକତ୍ସାଳୟର ନବ ନିର୍ମିତ ନୂତନ ଗୃହକୁ କାର୍ଯ୍ୟକ୍ଷମ କରିବା ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକତ୍ସାଳୟରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁ ଥିବାରୁ ଚିକତ୍ସାଳୟରେ ଆବଶ୍ୟକ ପରିମାଣର ଖଟ ନଥିବାରୁ ରୋଗୀମାନେ ଚିକତ୍ସାଳୟ ବାରଣ୍ଡାରେ ରହି ଚିକିତ୍ସା ହେବା ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ତାହାର ତୁରନ୍ତ ସମାଧାନ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବୈଠକ ପରେ ଶ୍ରୀଯୁକ୍ତ ପ୍ରଧାନ ମୁଖ୍ୟ ଚିକତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ଅସୁବିଧା କଥା ବୁଝିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନାଗରିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp