{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ବର୍ତମାନ ର Breaking News, ଯାହା ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କରଡ଼ାଗାଡିଆ ଛକ ନିକଟରେ ଅଜଣା ଗାଡ଼ି ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କରଡ଼ା ଗାଡିଆ ଗ୍ରାମର କାଶୀନାଥ ତୁଙ୍ଗ । ଉକ୍ତ ବୃଦ୍ଧ ଜଣକ ସକାଳୁ ଠାକୁରଙ୍କ ପାଇଁ ଫୁଲ ତୋଳି ସାଇକେଲରେ ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଣା ଘଟାଇ ଅଜଣା ଗାଡି ଫେରାର ହୋଇଯାଇଛି । ତେବେ ଘଟଣାକୁ ନେଇ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି । ଏଥିସହ ମୃତକ ପରିବାର କୁ କ୍ଷତିପୂରଣ ଦାବି କରାଯାଇଥବା ବେଳେ ଏନେଇ ସ୍ଥାନୀୟ ଲୋକେ ରାସ୍ତାକୁ ଓସାର କରିବା ଦାବି ନେଇ ରାସ୍ତା ରୋକ୍ କରିଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ଛିଡ଼ା ହୋଇଛି ସହ ସହ ଗାଡ଼ି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବା ନେଇ ଚାପା ଉତେଜନା ଦେଖା ଦେଇଛି । ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp