{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ବଢି ପାଣିରେ ଭାସିଗଲେ କଲେଜ ଛାତ୍ରୀ। ବର୍ତମାନ ଅନୁଗୁଳ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି କୁଳ ଖାଉଛି । ଏଭଳି ଅବସ୍ଥାରେ ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ନାଳ ପାର ହେଉଥିବା ବେଳେ ନାଳରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଘଟିଛି । ସୂଚନା ଅନୁସାରେ ସୁନାଭୁଇଁ ଗାଁର ପ୍ରୀତି ବେହେରା ନାମକ ଜଣେ ଛାତ୍ରୀ ସକାଳେ ବନ୍ତଳା ଅଞ୍ଚଳକୁ କମ୍ପ୍ୟୁଟର କ୍ଳାସ କରିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଜୋର ଉପରେ ପାଣି ଯାଉଥିଲା । ତଥାପି ସାହସ ବାନ୍ଧି ସେ ସାଇକେଲ ଧରି ନାଳ ପାର ହେଉଥିବା ବେଳେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଆଖପାଖରେ ଥିବା ଲୋକ କିଛି କରିବା ପୂର୍ବରୁ ସେ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp