ଅନୁଗୁଳ ଆନିମଲ ୱେଲଫେୟାର ଟ୍ରଷ୍ଟ ସଂଘ ଗତ କାଲି ଅନୁଗୁଳ ର ନୂତନ ଜିଲ୍ଲପାଳ ଙ୍କୁ ଭେଟିବା ସହିତ ଅନୁଗୁଳ ମୁନିସିପାଲିଟି ବା ପୌରାଞ୍ଚଳରେ ହେଉଥିବା ବାହାଘର ର ଭୋଜିକୁ ଏଠିସେଠି ନପକେଇବା ସମ୍ବନ୍ଧରେ ଲିଖିତ ଭାବରେ ଜଣାଇଥିଲେ | ଅନୁଗୁଳ ଆନିମଲ ୱେଲଫେୟାର ଟ୍ରଷ୍ଟ କହିବା ଅନୁଯାୟୀ ଗତ କିଛି ବର୍ଷ ହେଲା ବାହାଘର ରେ ଫିଙ୍ଗାଯାଉଥିବା ବା ବଳକା ଭୋଜି(ଖାଦ୍ୟ) କୁ ଖାଇ ବୁଲା ଗାଈ, ଷଣ୍ଢ ମୃତ୍ୟୁବରଣ କରୁଛନ୍ତି | ଗତ ପାଞ୍ଚ ବର୍ଷ ରେ ୩୦ ରୁ ଉର୍ଦ୍ଧ ବୁଲା ଗାଈ ଓ ଷଣ୍ଢ ବଳକା ଖାଦ୍ୟଖାଇ ପ୍ରାଣ ହରାଇଛନ୍ତି | ଏଥିରେ ଅତ୍ୟଧିକ ମସଲା ସହିତ ଘିଅ, ଭିନେଗାର ଥିବା ଓ ଫିଙ୍ଗା ଯାଉଥିବା ଭୋଜିରେ ପଲିଥିନ ଥିବାରୁ ଏହି ଖାଦ୍ୟ ବିଷାକ୍ତ ହୋଇଥାଏ | ଏଥି ସହିତ ଅନୁଗୋଳ ପଶୁ ଚିକିତ୍ସାଳୟ ଡାକ୍ତର ମାନେ ତାଙ୍କର କିଛି ଦାବି ନେଇ ଗତ ୧୮ ତାରିଖରୁ ଧର୍ମଘଟରେ ବସିଥିବାରୁ ବୁଲା ଗାଈ ଓ ବୃଷଭ ବାହାଘର ର ବଳକା ଭୋଜି ଭାତ ଖାଇ ଅସୁସ୍ଥ ହେବା ସହିତ ମୃତ ବରଣ କରୁଛନ୍ତି। ଏ ବାବଦରେ ଅନୁଗୁଳ ଆନିମଲ ୱେଲଫେୟାର ଟ୍ରଷ୍ଟ ତରଫରୁ ଅନୁଗୋଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବଳକା ଖାଦ୍ୟ ଓ ଖଲିଚୌପତି ଏଠିସେଠି ନପକେଇ ଗାତ ଖୋଳି ପୋତିବାକୁ
ଅନୁରୋଧ କରିବା ସହିତ ପ୍ରତ୍ୟେକ ବାହାଘର ମଣ୍ଡପ ରେ ନୋଟିସ ଦେବା ସହିତ ମଣ୍ଡପରେ ସୂଚନା ଫଳକ ମାରିବା ପାଇଁ ଅନୁଗୁଳ ଆନିମଲ ୱେଲଫେୟାର ଟ୍ରଷ୍ଟ ର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ |

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp