ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଗତ ୦୩/୦୨/୨୦୨୪ ରିଖ ଠାରୁ ବିଭିନ୍ନ ଦାବି ନେଇ ଧର୍ମଘଟ ଚାଲିଥିଲା,ଦିର୍ଘ ତିନି ଦିନ ଧରି ଯେଉଁ ଧର୍ମଘଟ ଚାଲିଥିବା ବେଳେ ସେହି ପରିପ୍ରେକ୍ଷୀରେ ନାଲକୋ କତ୍ତୃପକ୍ଷ,DIRECTOR (PRODUCTION) DIRECTOR (H R) EXECUTIVE DIRECTOR (S&P) GGM (SMELTER ) GM (H R ) (SMELTER & CPP) GM (CORPORATE) DGM (CORPORATE) DGM HR (SMELTER) ,ଅନୁଗୋଳ ଜିଲ୍ଲା ପ୍ରଶାସନ, ଏସଡିପିଓ, ଆଇଆଇସି ନାଲକୋ ଓ ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତି କାର୍ଯ୍ୟକାର୍ତ୍ତା ମାନଙ୍କ ଉପସ୍ଥିତିରେ ଦାବି ପୂରଣ ପାଇଁ ନାଲକୋ ତରଫରୁ ଲିଖିତ ପ୍ରତିଶ୍ରୁତି ମିଳିଅଛି । ଲିଖିତ ପ୍ରତିଶ୍ରୁତି ମୁତାବକ
୧- ସ୍ବତନ୍ତ୍ର ଅବସର କାଳୀନ ରାଶି
୨-ଠିକା ଶ୍ରମିକ କଲୋନୀ ବା ଘରଭଡା ରାଶି
୩-ଦକ୍ଷତା ଭିତ୍ତିକ ପଦୋନ୍ନତି କୁ ନାଲକୋ ପ୍ରଶାସନ ତୁରନ୍ତ ଲାଗୁ ପାଇଁ ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତିର ଦୁଇଜଣ କର୍ମକର୍ତ୍ତାଙ୍କୁ ଓ ଦାମନଯୋଡ଼ି ଠିକା ଶ୍ରମିକ ସମନ୍ୱୟ ସମିତିର ଦୁଇଜଣ କର୍ମକର୍ତ୍ତାଙ୍କୁ ଶ୍ରମିକ ମାନଙ୍କ ପ୍ରତିନିଧିଙ୍କ ରୂପେ ବିଭିନ୍ନ ରାଷ୍ଟ୍ରୟତ ଉଦ୍ୟୋଗ ପରିଭ୍ରମଣ କରି, କେଉଁଠି କି ପ୍ରକାର ସୁବିଧା ଠିକା ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଅଛି ତାହାକୁ ଅନୁଧ୍ୟାନ କରି ଏହା ୯୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନାଲକୋ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।
୪-ନାଇଟ୍ ସିଫ୍ଟ ଭତ୍ତା ଓ ଡଷ୍ଟ ଭତ୍ତା ଏକ ମାସ ମଧ୍ୟରେ ନିର୍ଣ୍ଣୟ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିଛି
୫-କ୍ୟାଣ୍ଟିନ ଭତ୍ତା ବୃଦ୍ଧି ବା ମାଗଣାରେ ଖାଦ୍ୟ ବ୍ୟବସ୍ଥା ଓ ଅତିରିକ୍ତ ବେତନ ବୃଦ୍ଧି ନିର୍ଦ୍ଧାରଣ
୬-ସୁରକ୍ଷା ଉପକରଣ ନାଲକୋରେ କାର୍ଯ୍ୟ କରୁଥିବା ସ୍ଥାୟୀ କର୍ମଚାରୀଙ୍କୁ ମିଳୁଥିବା ସୁରକ୍ଷା ଉପକରଣର ପରି ଠିକା ଶ୍ରମିକ ମାନଙ୍କୁ ସେହି ମାନର ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା ପାଇଁ ୧୫ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ
ଯାହାକି ୦୧.୦୨.୨୪ ଠାରୁ ଲାଗୁ କରାଯିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି,
୭-ନାଲକୋ ପକ୍ଷରୁ ଗିଫ୍ଟ୍ ବାବଦକୁ ମିଳୁଥିବା ପ୍ରାପ୍ୟକୁ ଚଳିତ ମାସ ୨୦.୦୨.୨୦୨୪ ସୁଦ୍ଧା ଠିକା ଶ୍ରମିକ ମାନଙ୍କୁ ଦିଆଯିବ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ,ଏହି ଆଲୋଚନା ଓ ଲିଖିତ ପ୍ରତିଶୃତି କୁ ସମ୍ମାନ ଜଣାଇ ଶ୍ରମିକ ମାନଙ୍କ ହିତ ପାଇଁ ତଥା ନାଲକୋ କାରଖାନା ର ହିତ ପାଇଁ ଠିକା ଶ୍ରମିକ ସମନ୍ୱୟ ସମିତି ଏହି ଧର୍ମଘଟକୁ ସ୍ଥଗିତ ରଖିଛନ୍ତି, ଯଦି ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦାବୀ ପୂରଣ ନ ହେଲେ ପୁଣି ଥରେ ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତି ଏହାକୁ ବିରୋଧ କରିବା ସହ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛନ୍ତି।
ନାଲକୋ ରୁ ମଳୟ କୁମାର ପରିଡାଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ