ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହି ରୁ ଆଜି ଜଣେ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହିରେ ସ୍ଵାଗତ ଲୁଲୁ ଦାସଙ୍କ ୨୦ ବର୍ଷୀୟା ଝିଅ ପ୍ରତିଶ୍ରୀ ଦାସ ଙ୍କର ଆଜି ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ଅନୁଗୁଳ ଟାଉନ ପୋଲିସ । ତେବେ ମାଟିଆ ସାହି ବାସ ଭବନ ରେ ପ୍ରତିଶ୍ରୀ ଏବଂ ମା ଭଉଣୀ ଙ୍କ ସହ ରହୁଥିଲେ। ଗତ କାଲି ସମସ୍ତେ ଖାଇ ସାରି ଶୋଇବା ପରେ ପ୍ରତିଶ୍ରୀ ଶୋଇବାକୁ ଯାଇଥିଲେ। ଆଜି ସକାଳ ସମୟରେ ଦେଖିଲା ବେଳେକୁ ପ୍ରତିଶ୍ରୀ ନିଜ ଓଢ଼ଣି ସାହାଯ୍ୟରେ ପ୍ୟାନ ରେ ଝୁଲି ପଡିଥିଲେ । ସକାଳେ ପରିବାର ଲୋକେ ଦେଖିଲା ବେଳକୁ ପ୍ରତିଶ୍ରୀ ଙ୍କର ଜୀବନ ଚାଲି ଯାଇଥିବା ଦେଖିବାକୁ ପାଇଥିଲେ । ତେବେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କରିଲେ ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଘଟଣାକୁ ନେଇ ଏ ପଟେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇଥିଲେ। ଘଟଣାକୁ ନେଇ ଅନୁଗୁଳ ଟାଉନ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ