ଦୀର୍ଘ ୯ଘଣ୍ଟା ସମୟ ଆଲୋଚନା ପରେ ନାଲକୋ ପକ୍ଷରୁ ୧୫ ଲକ୍ଷ୍ୟ କ୍ଷତିପୂରଣ ରାଶି ଓ ଠିକା ଶ୍ରମିକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ।
ଅନୁଗୋଳ ଜିଲ୍ଲା ର ନବରତ୍ନ କାରଖାନା ନାଲକୋ ସ୍ମେଲଟର କାରଖାନା ମୋବାଇଲ ସପ୍ ରେ ଦୀର୍ଘ ୧୫ ବର୍ଷଧରି କାର୍ଯ୍ୟ କରୁଥିବା ସନ୍ତୋଷ ଦାସ ଗତ ୭ ତାରିଖ ଦିନ ନିଜର ଜେନେରାଲ ସିଫ୍ଟ କାର୍ଯ୍ୟ ସାରି ନିଜ ପଲସର ଗାଡ଼ିରେ
ଘରକୁ ଫେରୁଥିବା ସମୟରେ ବଳରାମ ପ୍ରସାଦ କେନ୍ଦୁପାଟଣା ନିକଟରେ ଏକ ଅଜଣା ବୋଲେର୍ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ଆହତ ହୋଇ ଥିଲେ ।ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ପ୍ରଥମେ ନାଲକୋ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଦେହ ଅଧିକ ଗୁରୁତର ହେବାରୁ ବଳରାମ ପ୍ରସାଦ ESIC ଚିକିତ୍ସାଳୟ ଓ ପୁଣି ଅଧିକ ଗୁରୁତର ଦୃଷ୍ଟିରୁ ସନ୍ତୋଷଙ୍କୁ କଟକ ର ଏକ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା ।ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସନ୍ତୋଷ ଦାସଙ୍କୁ ମୃତ ଘୋଷଣା କରିଥିଲେ। ନାଲକୋ ର ନିୟମ ଅନୁଯାୟୀ ଯେହେତୁ ସେ ନିଜର କାର୍ଯ୍ୟ ସାରି ଫେରୁଥିବାର ମାତ୍ର ୧୦ମିନିଟ ମଧ୍ୟରେ ଦୁର୍ଘଟଣା ଟି ଘଟିଛି ଓ ମୃତ୍ୟୁ ବରଣ କରିଛନ୍ତି ତାଙ୍କୁ କ୍ଷତି ପୂରଣ ଦେବାକୁ ନିୟମ ଥିଲେ ମଧ୍ୟ ତାହାକୁ କାର୍ୟ୍ଯକାରୀ ନକରି ସମୟ ଗଡାଇ ଚାଲିଥିଲେ ।ଯାହା ଫଳରେ ସହ ସହ ଶ୍ରମିକ କାରଖାନା ସମ୍ମୁଖରେ ଅପରାହ୍ନ ୫ଘଟିକା ଠାରୁ ରାତ୍ରି ଗୋଟାଏ ପର୍ଯ୍ୟନ୍ତ କାର୍ୟ୍ଯ କରିବାକୁ ଛାଡି ନଥିଲେ ମୃତ୍ୟୁ ଙ୍କ ପରିବାର ।ବଳରାମ ପ୍ରସାଦ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପକ୍ଷରୁ ନାଲକୋ ସ୍ମେଲ୍ଟର କାରଖାନା ଫାଟକ ସମୁଖରେ କ୍ଷତି ପୂରଣ ଦାବିରେ କାରଖାନା ର ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତିର ସମସ୍ତ କାର୍ୟ୍ଯକର୍ତ୍ତା ହସ୍ତକ୍ଷେପ ପରେ ସମାଜ ସେବୀ ଅରୁନାଭ ସିଂହ ମୃତ୍ୟୁ ପରିବାର ସହିତ ଆଲୋଚନା କରି ନାଲକୋ ପ୍ରଶାସନଙ୍କୁ ଡାକି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ମୃତ୍ୟୁ ପରିବାରକୁ ୧୫ଲକ୍ଷ ଟଙ୍କା ମୃତ୍ୟୁ ସନ୍ତୋଷ ଦାସଙ୍କ ସ୍ତ୍ରୀ ଙ୍କୁ ଠିକା ଶ୍ରମିକ ଭାବରେ ନିଯୁକ୍ତି ଦେବାକୁ ସ୍ଥିର ହେବା ସହ ଏକ ଯୁକ୍ତି ନାମା ହୋଇଥିଲା । ରାତ୍ରି ପ୍ରାୟ ଗୋଟାଏ ପରେ ପରିବାର ପକ୍ଷରୁ ଧାରଣାରୁ ଉଠିଥିଲେ ।ଏହି ବୈଠକରେ ସ୍ଥାନୀୟ ସରପଞ୍ଚ, ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତିର କାର୍ୟ୍ଯକର୍ତା,ମୃତ୍ୟୁ ଙ୍କ ପରିବାର ଲୋକ, ଗ୍ରାମବାସୀ,, ଯୁବସମାଜ ସେବୀ ଅରୁଣାଭ ସିଂହ ସମତେ ନାଲକୋ ଅଧିକାରୀ ଗଣ ଉପସ୍ଥିତ ଥିଲେ । ନାଲକୋ ରୁ ମଳୟ ପରିଡାଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ