ଆଠମଲ୍ଲିକ : ସମ୍ବଲପୁର ସଂସଦୀୟ କ୍ଷେତ୍ର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ବିଜୁ ଜନତା ଦଳର କାର୍ଯ୍ୟାଳୟ ରେ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି, ଏହି ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଜୁ ଜନତା ଦଳର ବିଧାୟକ ପାର୍ଥି ନଳିନୀ କାନ୍ତ ପ୍ରଧାନ, ଓ ସମ୍ବଲପୁର ସାଂସଦ ପାର୍ଥି ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ନୂତନ ଭାବେ କଂଗସେ ଓ ବିଜେପି ଛାଡି ବିଜେଡି ସାମିଲି ହୋଇଥିବା ଯୁବକଙ୍କୁ ଉତ୍ତରି ପିନ୍ଧେଇ ଆଠମଲ୍ଲିକ ବିଜୁ ଜନତା ଦଳ ପରିବାର ରେ ସାମିଲ କରିଥିଲେ, ଏହି ପରିପକ୍ଷୀରେ ଭାରତୀୟ ଜନତା ପାର୍ଟି ର ଯୁବନେତା ସଂଗ୍ରାମ ମହାପାତ୍ର ଏହି କିଛି ଦିନ ତାଳେ ବିଜେପି ଛାଡି ଶଙ୍ଖ ଭବନରେ ଶଙ୍ଖ ଧରିଥିଲେ, ଆଜି ଏହି ମିଶ୍ରଣ ପର୍ବରେ ଯୁବନେତା ସଂଗ୍ରାମ ମହାପାତ୍ର ଙ୍କ ନେତୃତ୍ୱ ରେ ସହ ସହ ଯୁବକ ମା ମହୀଶ୍ବରୀ ମନ୍ଦିର ରୁ ସଭାଯାତ୍ରା ରେ ବାହାରି ଆଠମଲ୍ଲିକ ବିଜେଡି କାର୍ଯ୍ୟଳୟ ରେ ପହଂଚି,ଯୁବ ନେତା ସଂଗ୍ରାମ ମହାପାତ୍ର ଙ୍କ ସମର୍ଥକ ଙ୍କୁ ସମ୍ବଲପୁର ସାଂସଦ ପାର୍ଥି ପ୍ରଣବ ପ୍ରକାଶ ଦାସ ସାମିଲୀ କରିଥିଲେ, ଏହି ମିଶ୍ରଣ ପର୍ବରେ ହଜାର ହଜାର ଜନ ସମାବେଶ ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp