{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ବାଲେଶ୍ୱର FM ଛାତ୍ରୀ ଜୀବନ ହାରିବା ଘଟଣାକୁ ବିରୋଧ କରି ଆସନ୍ତା କାଲି ୧୭ ତାରିଖ ରେ ଓଡିଶା ବନ୍ଦ ଡାକରା ଦିଆଯାଇଛି। ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ତଥା ABVP ର ବିପ୍ଲବୀ ନେତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ହାରିଛନ୍ତି । ସୌମ୍ୟାଶ୍ରୀ ଙ୍କ ନ୍ୟାୟ ଦାବିକରି ବିଜେଡି କଂଗ୍ରେସ, ବାମ ଦଳ ସମେତ ୭ ଟି ରାଜନୈତିକ ଦଳ ଆସନ୍ତା କାଲି ଦେଇଛନ୍ତି ବନ୍ଦ ଡାକରା। ସେପଟେ ବିଜେଡି କହିଛି ଡବଲ ଇଞ୍ଜିନ ସରକାର ରେ ନାରୀ ଅସୁରକ୍ଷିତ ହୋଇପଡିଛି। ଏ ଘଟଣାକୁ ନେଇ କଂଗ୍ରେସ କହିଛି ବିଜେପି ସରକାର ରେ ବର୍ଷ ଏକ ରେପ୍ ମର୍ଡର ଅନେକ। ଏଭଳି ତାତ୍ସଲ୍ୟ କରି ବିଜେପି କୁ ଶାଣିତ ଆକ୍ରମଣ କରିଛି କଂଗ୍ରେସ। ଖାଲି ସେତିକି ନୁହେଁ ବିଜେଡି ମଧ୍ୟ କଟା ଘାରେ ଚୂନ ମାରି ବିଜେପି ସରକାରକୁ ଘାଇଲା କରିଛି। ବିଜେଡି କହିଛି ନିଜ ଦଳର ABVP ଛାତ୍ରୀ ଙ୍କୁ ନ୍ୟାୟ ଦେଇ ପାରୁନି ବିଜେପି ସେ କଣ ରାଜ୍ୟର ମହିଳାଙ୍କୁ ନ୍ୟାୟ ଦେବେ ବୋଲି ବିଜେପି କୁ ତେର୍ଚ୍ଚା ବାଣ ମାରିଛି ବିଜେଡି। ବାରମ୍ବାର ରାଜ୍ୟରେ ମହିଳା ଅସୁରକ୍ଷିତ କଥା ସାମ୍ନାକୁ ଆସୁଥିବା ବେଳେ ଘଟଣାକୁ ନେଇ ବିଜେପି କହୁଛି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ହେଲେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପୂର୍ବରୁ କାହିଁକି ବିଜେପି ସରକାର ଆକ୍ସନ ନେଉନଥିଲା ବୋଲି ବିରୋଧୀ ପ୍ରଶ୍ନ କରିଛି। ଏଣୁ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା କାଲି ଓଡିଶା ବନ୍ଦ ରହିବ ବୋଲି ବିରୋଧୀ ଦଳ ପକ୍ଷରୁ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp