ଛେଣ୍ଡିପଦା,୧୬/୦୮ (ନି, ପ୍ର,)- ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ଅନ୍ତର୍ଗତ କୁମୁରୁ ସିଂ ଗ୍ରାମବାସୀ ତଥା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଆଠମଲ୍ଲିକର ଯୁବରାଜ ଶ୍ରୀ ପରେଶ୍ ଦେଓ , ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ତଥା ଯୁବ ନେତା ଜିବନାନନ୍ଦ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁ, ଅବସର ପ୍ରାପ୍ତ ଏମ , ସି, ଏଲ୍ କର୍ମଚାରୀ, ବାନ।ମ୍ବର ସାହୁ, ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ପବିତ୍ର ସାହୁଙ୍କୁ କୁମୁରୁସିଂ ଗ୍ରାମବାସୀ ତଥା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପୁଷ୍ପ ଗୋଚ୍ଛ ସହିତ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏଥିସହ ମୁଖ୍ୟ ଅତିଥି ଯୁବରାଜ ପରେଶ୍ ଦେଓ ପତାକା ଉତ୍ତୋଳନ କରି ଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ତିନୋଟି ସ୍କୁଲ୍ ଯଥା – ଜରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତକ୍ଷଶିଳାକୁ ଗୁରୁକୂଳ ସ୍କୁଲ, କୁମୁରୁ ସିଂ ପ୍ରାଇମେରୀ ସ୍କୁଲ୍ ର ଛାତ୍ର, ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ଦେଶ ତଥା ମାତୃ ଭୂମି ଭାରତ ର ଟେକ ରଖିବା ପାଇଁ ତାଙ୍କ ବକ୍ତବ୍ୟ ରଖିଥିଲେ। ତିନୋଟି ସ୍କୁଲ୍ ର ଛାତ୍ର, ଛାତ୍ରୀ ମାନେ ଦେଶତ୍ମା ବୋଧକ ସଙ୍ଗୀତରେ ଅଭିନୟ କରି ଦର୍ଶକଙ୍କୁ ଦେଶପ୍ରେମ ଭରି ଦେଇ ଥିଲେ। ଏଥିରେ ତକ୍ଷଶିଳା ଗୁରୁ କୂଳ ସ୍କୁଲ୍ ଅଭିନୟ ରେ ପ୍ରଥମ ସ୍ଥାନ ହାସଲ କରି ଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱିତୀୟ ସ୍ଥାନ ଓ କୁମୁ ରୁ ସିଂ ପ୍ରାଇମେରୀ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ତୃତୀୟ ସ୍ଥାନ ହାସଲ କରି ଅତିଥି ମାନଙ୍କ ଠାରୁ ଟ୍ରଫି ସହିତ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କୁମାରୀ ମାମ।ଲି ସାହୁ ମଞ୍ଚ ପରିଚାଳନା କରିଥିଲେ। ଏବଂ ବାଦ୍ୟଯନ୍ତ୍ର ତଥା ସ।ଜ ସଜ୍ଵ। ଶ୍ରୀ ରୁନ। ସାହୁ ଏବଂ ତାଙ୍କ ସହଯୋଗୀ ମାନେ ସହଯୋଗ କରିଥିଲେ। ଆୟୋଜକ ଭାବେ ମନୋଜ ପଟ୍ଟନାୟକ, କୈଳାସ ସାହୁ, ଲୋକନାଥ ରାଉତ, ଅମର ପ୍ରଧାନ, ତ୍ରିନାଥ ରାଉତ, ଚିତ୍ତରଞ୍ଜନ ଦାସ, ଅଜିତ୍ କୁମାର ସାହୁ, ବଳଭଦ୍ର ପ୍ରଧାନ, ଶରତ ସାହୁ, ପ୍ରଫୁଲ୍ଲ ବେହେରା, କୁମଦ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଛାତ୍ର, ଛାତ୍ରୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp