ରବିବାର ପୂର୍ବାହ୍ନରେ ବଅଁରପାଳ ଅଞ୍ଚଳରେ ଥିବା ରାଜୀବ ଗାନ୍ଧୀ ପାର୍କ ପରିସରରେ ପାଞ୍ଚଗଡ଼ ସାମ୍ବାଦିକ ସଂଘ, ବଅଁରପାଳର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ଅବସରରେ ସଂଘର କାର୍ଯ୍ୟକର୍ତ୍ତା ପ୍ରାକ୍ତନ କାର୍ଯ୍ୟକର୍ତ୍ତା ଉପେନ୍ଦ୍ର କୁମାର ରାଉତ ଏବଂ ରାଜେଶ କୁମାର ନାୟକଙ୍କ ସୃତି ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ତ୍ରିଲୋଚନ ନାଏକ, ସାଧାରଣ ସମ୍ପାଦକ ଭାବେ ଦାମୋଦର ନାୟକ, କାର୍ଯ୍ୟକାରୀ ସଭାପତି ରୂପେ ଲଲାଟେନ୍ଦୁ ନାୟକ, ସହ ସମ୍ପାଦକ ଭାବେ ମଦନ ନାଏକ, ଉପ ସଭାପତି ଦିଲ୍ଲୀପ ନାଏକ, ସନ୍ତୋଷ ନାୟକ, କୋସାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ସିଂହ, ଉପଦେଷ୍ଟା ଭାବେ ଦିବ୍ୟ ରଞ୍ଜନ ସାମଲ, ଜଗନ୍ନାଥ ବେହେରା, ରାକେଶ କୁମାର ସାହୁ, ନିଳାମ୍ବର ଦଳବେହେରା, ଲୋକ ସମ୍ପର୍କ ଅଧିକାରୀ ରୂପେ ନିପୁ ଭୂତିଆ ଚୟନ ହୋଇଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ଆଗାମୀ ଦିନରେ ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଉପରେ ଉଦ୍ୟମ ଜାରି ରହିବା ସହିତ ପାଞ୍ଚଗଡ଼ ଅଞ୍ଚଳର କୌଣସି ବ୍ୟକ୍ତି ଯେଭଳି ନ୍ୟାୟରୁ ବଞ୍ଚିତ ନରୁହାନ୍ତି ସେଥିପ୍ରତି ସଂଘ ଯତ୍ନବାନ ହେବ । ଏହି କାର୍ଯ୍ୟକ୍ରମରେ ପାଞ୍ଚଗଡ଼ ଅଞ୍ଚଳରୁ ୨୦ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp