: ଅନୁଗୋଳ ସହର ଉପକଣ୍ଠ ରନ୍ତଲେଇ ସ୍ଥିତ ଅନୁଗୋଳ ସରକାରୀ ପଲିଟେକ୍ନିକ୍ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ , କଲେଜ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଲକ୍ଷ୍ମୀକାନ୍ତ ନାୟକ ,ଲୋପାମୁଦ୍ରା ସ୍ୱାଇଁ , ଶ୍ୱେତାଲିନା ଶତପଥୀ , ଚିନ୍ମୟ କୁମାର ପଣ୍ଡା, ମୀରାରାଣୀ ପରିଡ଼ା, ବିନୋଦ କୁମାର ସାହୁ, ଅନୀଲ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଗୋଳ ସହରସ୍ଥିତ କଦମ ପଡିଆ ଠାରେ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳରେ ଭାଗନେଇ ନିଜର ଖେଳ ପ୍ରଦର୍ଶନ କରିଥିଲେ ।