ଅନୁଗୋଳ ରେ ଆୟୋଜିତ ହୋଇଛି ବିଶ୍ୱ ଫଟୋ ଗ୍ରାଫି ଦିବସ।ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ପକ୍ଷରୁ ଏହି ଦିବସର ଆୟୋଜନ ହୋଇଥିଲା। ଏହି ଅବସରେ ମଧ୍ୟ “ପା” ର ୧୧ ତମ ବାର୍ଷିକ ଉତ୍ସବ ର ଆୟୋଜନ ହୋଇଥିଲା। ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ସଭା ରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ , ମୁଖ୍ୟ ବକ୍ତା ଭାବେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଯୋଗ ଦେଇ ଆଜି ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନଜର ମତ ରଖିଥିଲେ। ଜିଲାର ବିକାଶରେ ଫଟୋ ଗ୍ରାଫର ଙ୍କ ଗୁରୁତ୍ୱ ପୂର୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମତ ରଖିଥିଲେ।ଆଗାମୀ ଦିନରେ ଫଟୋଗ୍ରାଫର ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଓ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ସମାଧାନ କରାଯାଇ ପାରିବ ବୋଲି ବିଧାୟକ କହିଥିଲେ। ସଂଘ ସଭାପତି ଦିଲ୍ଲୀପ ଧୀର ସାମନ୍ତ ସଭାପତିତ୍ୱ ରେ ଆୟୋଜିତ ସଭା ରେ ବରିଷ୍ଠ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ , ସଂଘ ର ଆଇନ ପରାମର୍ଶ ଦାତା ଭୁପେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଫଟୋଗ୍ରାଫର ଜୟ କୃଷ୍ଣ ପାତ୍ର ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ଏହି ଅବସରେ ରେ ବରିଷ୍ଠ ଫଟୋଗ୍ରାଫର ବିମଳ କୃଷ୍ଣ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ସଙ୍ଘ ର କଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ନାୟକ ସଭା ପରିଚାଳନା କରିଥିଲେ। ସଙ୍ଘ ର କୋଷାଧ୍ୟକ୍ଷ ଛବିଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲା ସମସ୍ତ ଫଟୋଗ୍ରାଫର ଓ ସୌଖିନ ଫଟୋ ଗ୍ରାଫର ସାମିଲ ହୋଇଥିଲେ। ସଂଘ ର ସମ୍ପାଦକ ଦିନବନ୍ଧୁ ସାହୁ ପରୋକ୍ଷରେ ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp