ଚଳିତ ଛଟ୍ ପୂଜା ପାଇଁ ଅନୁଗୋଳ ମତ୍ସ୍ୟ ବିଭାଗ ର ଅସହଯୋଗ ପାଇଁ ପ୍ରାୟ ଦଶ ହଜାର ଶ୍ରଦ୍ଧାଳୁ ଏବେ ଆଶଙ୍କା ଭିତରେ ରହିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ଚାଳିଶ ବର୍ଷ ଧରି ଅନୁଗୁଳରେ ରହୁଥିବା ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଆଦି ରାଜ୍ୟର ଭକ୍ତ ମାନେ ସ୍ଥାନୀୟ ନାରଣ ସାଗର କୂଳରେ ଛଟ୍ ପୂଜା କରି ଆସୁଥିଲେ।ଏଥିପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ଅନୁମତି ଦେବା ସହ ସହଯୋଗ କରୁଥିଲେ। କିନ୍ତୁ ଚଳିତ ବର୍ଷ ପାଚେରୀ ଦେଇ ଦେବାରୁ ଛଟ ପୂଜା କରିବା ଆଶଙ୍କା ଭିତରେ ରହିଛି।ପ୍ରଶାସନ ର ନିର୍ଦ୍ଦେଶ ତଥା ଛଟ୍ ପୂଜା କମିଟିର ଅନୁରୋଧ ସତ୍ତ୍ୱେ ଭକ୍ତଙ୍କ ଯିବା ପାଇଁ ବାଟର ବ୍ୟବସ୍ଥା ନ କରିବାରୁ ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମତ୍ସ୍ୟ ବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ନାରଣ ସାଗର ର ମେନ୍ ଗେଟ ଦେଇ ଯିବାକୁ କୁହା ଯାଇଥିଲା। ଏ ଥିରେ ଶ୍ରଦ୍ଧାଳୁ ରାଜି ନ ହେବାରୁ ଶେଷରେ ପାଚେରୀ ନ ଭାଙ୍ଗି ଅସ୍ଥାୟୀ ସିଡିମାଧ୍ୟମରେ ପୂଜା ସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ବିରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ୍