Skip to content
ଅନୁଗୋଳ- ଛେଣ୍ଡିପଦା ରାସ୍ତାର ମଝୀକା ଛକ ଠାରୁ ଜରପଡା ଥାନାର ତୁକୁଡ଼ା ପର୍ଯ୍ୟନ୍ତ ରାସ୍ତାର ଦୈର୍ଘ୍ୟ 25 କି. ମି. ଅଟେ l ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି l ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ ଏହି ବିଭାଗ ଉପରେ ନ୍ୟସ୍ତ ଥିଲେ ମଧ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି l ଦୁଇଟି ପର୍ଯ୍ୟାୟରେ ଅର୍ଥ ଅନୁମୋଦନ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ଅବସ୍ତାରେ ଅଛି l ବଡକେରଜାଙ୍ଗ ଛକ ଓ ଜାମୁଣ୍ଡା ଜଙ୍ଗଲ ଗ୍ରାମ ନିକଟରେ ବିରାଟ ଗର୍ତ୍ତମାନ ସୃଷ୍ଟି ହୋଇ ଜଳାଶୟର ଭ୍ରମ ସୃଷ୍ଟି କରୁଅଛି l ଯାମୁଣ୍ଡା ଜଙ୍ଗଲ ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବଡ ପୋଖରିରେ କାନ୍ଥ ବା ବାଡ ନ ଥିବାରୁ ସମସ୍ତେ ବିପଦର ସମ୍ମୁଖୀନ ହେଉଛନ୍ତି l ତୁକୁଡ଼ା , ଜରପଡା , ମରା ତିରା ହାଟ, ଜିନ୍ଦଲ କମ୍ପାନୀ ଓ ଅନୁଗୋଳ ସଦର ମହକୁମାକୁ ଯିବା ଆସିବା ପାଇଁ ଏହି ରାସ୍ତାରେ 7 ଟି ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି l ଜିଲ୍ଲା କର୍ତ୍ତୁପକ୍ଷ ଓ ପୂର୍ତ୍ତ ବିଭାଗ ଏହାର ତୁରନ୍ତ ସମାଧାନ ପାଇଁ ଏ ଅଞ୍ଚଳର ସମାଜସେବୀ ଶ୍ରୀ ବିଜୟ କୁମାର ସାହୁ ଦୃଢ଼ ଦାବୀ ଜଣାଇଛନ୍ତି l
9437333523