ବେକର ଆଡିଣ୍ଟି କାର୍ଡ ପଡିଛି ଆଉ ଜଙ୍ଗଲ ସୁରକ୍ଷା ପାଇଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛି ଭାଲୁ। ଖାଲି ସେତିକି ନୁହେଁ ପାଖରେ ଅଟୋ ଟିଏ ମଧ୍ୟ ଅଛି ଆଉ ସେହି ଅଟୋ ଉପରେ ରହିଛନ୍ତି ହାତୀ ଆଉ ଭାଲୁ। ଆଉ ଏହି ଅଟୋକୁ ଧରି ଗାଁ ଗାଁ ବୁଲି ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା କରୁଛନ୍ତି ଜଣେ ଯୁବକ। ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡା ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ। ଯାହା ଦିଲ୍ଲୀପ ପ୍ରଧାନ ନାମକ ଜଣେ ଯୁବକ ଭାଲୁ ବେଶରେ ଅଭିନଵ ଢଙ୍ଗରେ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି । ସୁଚନା ଅନୁସାରେ ଦିନକୁ ଦିନ ବନ୍ୟ ପ୍ରାଣୀ ମାନଙ୍କ ହ୍ରାସ ପାଉଛି। ଏହାର ସୁରକ୍ଷା ପାଇଁ ପାଳଲହଡ଼ା ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଭାଲୁ ବେଶରେ ସ୍ଥାନୀୟ ଅଞ୍ଚଳ ର ଦିଲ୍ଲୀପ ପ୍ରଧାନ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ଅନଶନରେ ବସିଥିବା ଜଣାପଡିଛି। ଯଦି ବନ ବିଭାଗ ପକ୍ଷରୁ ବନ୍ୟ ପ୍ରାଣୀ ମାନଙ୍କ ଉଚିତ ସୁରକ୍ଷା ପାଇଁ ବ୍ୟବସ୍ଥା ନକରାଯାଏ ତେବେ ସେ ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି କହିଛନ୍ତି ଦିଲ୍ଲୀପ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
