ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଠାରେ ଗତକାଲି ସକାଳ ୧୦ ଟାରେ ସମ୍ବଲପୁର ଆଡୁ ଆସୁଥିବା ଏକ ଟ୍ରଲର ଟି ବାଇକ୍, ଅଟୋ, ବୋଲେରୋ କୁ ଧକ୍କା ଦେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସୁଚନା ମୁତାବକ ଉକ୍ତ ଟ୍ରଲର ଟି ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡ ଠାରେ ଦୀର୍ଘ ୬ ଦିନ ଠିଆ ହେବା ପରେ ଗତକାଲି ହଣ୍ଡପା ପୋଲିସ୍ ଛାଡ଼ି ଥିଲା l
ରବିବାର ବଇଣ୍ଡା ଠାରେ ସାପ୍ତାହିକ ହାଟ ରେ ଭିଡ ଥିବା ରୁ ଉକ୍ତ ଟ୍ରଲର ଟି ବାଟରେ ଯାହା ସାମ୍ନା ରେ ପଡ଼ିଲା ତାକୁ ଧକ୍କା ଦେଇ ଥିଲା। ଏ ସଂପର୍କ ରେ ଖବର ପାଈଁ ବଇଣ୍ଡା ଫାଣ୍ଡି ଅଧିକାରୀ ସଦଳବଳେ ପହଞ୍ଚି ଘଟଣା ସ୍ଥଳ ରୁ ରାସ୍ତା କୁ ଆବରଣ କରିଥିବା ଟ୍ରଲର କୁ ସ୍ଥାନାନ୍ତର କରିଥିଲା l ପରବର୍ତୀ ସମୟରେ ଯାନବାହାନ ଚଳା ଚଳ ସ୍ଵାଭାବିକ ହୋଇ ଥିଲା।
ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୂ ନେଇଥିଲେ। ଫାଣ୍ଡି ଅଧିକାରୀ ଶାନ୍ତି ଶ୍ଵରୂପ ପାତ୍ର ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛନ୍ତି

ଅନୁଗୋଳ ଜିଲ୍ଲା ବଇଣ୍ଡା ରୁ ଅମ୍ଲାନ ମିଶ୍ର ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp