ତା 27/୦୮/୨୦୨୪ ରିଖ ଦିନ ପଞ୍ଚାୟତ ସମିତି ସଭାଗୃହ ,ଆଠମଲ୍ଲିକ ଏବଂ ପଞ୍ଚାୟତ ସମିତି ସଭାଗୃହ, କିଶୋରନଗର ଠାରେ ଏକ ଦିନିକିଆ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ,ଆଠମଲ୍ଲିକ ଶ୍ରୀ ପ୍ରଭୁପିୟୁଷ ମହାପାତ୍ର ,ସହକାରୀ ଜିଲ୍ଲାପାଳ ଶ୍ରୀ ତନ୍ମୟ ରଂଜନ ପାତ୍ର ,ତହସିଲଦାର୍ ଶ୍ରୀ ସୌଭାଗ୍ୟ ବେହେରା , ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଘର ଘର ବୁଲି ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବା ଦିଗରେ ତାଲିମ ଦେଇଥିଲେ ।ନିର୍ବାଚନ ଉପ-ବିଭାଗର ବରିଷ୍ଠ ସହାୟକ ଶ୍ରୀ ନଗେନ ରାଉତ ଓ ଆସିଷ୍ଟାଣ୍ଟ ଏସ ଏସ୍ ଆର ଶ୍ରୀ ପରମେଶ୍ବର ବଘାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି କିଶୋରନଗର ପଞ୍ଚାୟତ ସମିତି ସଭାଗୃହଠାରେ ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ,ଆଠମଲ୍ଲିକ ଶ୍ରୀ ପ୍ରଭୁପିୟୁଷ ମହାପାତ୍ର ,ସହକାରୀ ଜିଲ୍ଲାପାଳ ଶ୍ରୀ ତନ୍ମୟ ରଂଜନ ପାତ୍ର, ତହସିଲଦାର‌,କିଶୋର ନଗର ଶ୍ରୀ ମନୋଜ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିନୋଦ ବିହାରୀ ବେହେରା ବୁଥ୍ ନଂ ୦୧ ଠାରୁ ୧୦୪ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦେଇଥିଲେ । ବୁଥ ସ୍ତରୀୟ ଅଧିକାରୀ ମାନେ ଆଗାମୀ ୧୮/୧୦/୨୦୨୪ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତଥ୍ୟ ସଂଶୋଧନ ,ଯୋଗ୍ୟ ନୂତନ ଭୋଟରଙ୍କୁ ତାଲିକାଭୁକ୍ତ, ସାମ୍ଭବ୍ୟ ଭୋଟରଙ୍କ ତଥ୍ୟ ସଂଗ୍ରହ ଆଦି ଦିଗରେ କାର୍ଯ୍ୟ କରିବେ ବୋଲି ନିର୍ବାଚନ କମିଶନଙ୍କ ନିର୍ଦେଶ ରହିଛି ।ତା ୦୬/୦୧/୨୦୨୫ ରେ ଏ ବର୍ଷର ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ ।
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରୁ ଅମ୍ଲାନ ମିଶ୍ର ଙ୍କ ରିପୋର୍ଟ ଅନଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp