ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ତରଫରୁ ଅନୁଗୁଳ କଦମ୍ ପଡିଆ ଠାରେ ଆୟୋଜିତ ଅନୁଗୁଳ କପ୍ ୨୦୨୫ ଆଜି ଉଦଘାଟିତ ହୋଇଯାଇଛି। ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି, ପାଲଲହଡାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି, ତାଳଚେର ର ମାନ୍ୟବର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଅନୁଗୁଳ ର ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍ ଅଖତାର, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ, ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୁଳ ପୌରପାଳିକା ର ପୌର ଅଧକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ଅନୁପମା ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସୀଠ, ଅନୁଗୁଳ ପୌରପାଳିକା ର କାଉନସିଲର, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ସାଗରନାଥ ମିଶ୍ର ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଦସ୍ୟ ମାନଙ୍କ ସହିତ ମିଶି ଏହାକୁ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିଠାରୁ ଏହି ଟୁର୍ଣ୍ଣାମେଣ୍ଟ୍ ୨ ତାରିଖ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ୍ ରେ ରାଜ୍ୟ ତଥା ରାଜ୍ୟ ବାହାରର ୮ ଦଳ ଭାଗନେବେ। ଏହି ଟୁର୍ଣ୍ଣାମେଣ୍ଟ୍ ଜିଲ୍ଲା ର କ୍ରିକେଟ୍ ଖେଳ ର ଉର୍ନତି ଓ ପ୍ରଗତି ରେ ସହାୟକ ହେବ। #Angul #angulexpress #cricketnews

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp