ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ କଳା କନା ବୁଲାଇଲେ ଦେଲେ ଦୁର୍ବୁତ୍ତ। ସୂଚନା ଯେ, ଗତ ସୋମବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଗଗନ ବିହାରୀ ସାହୁ ଙ୍କ ଘରେ ପଶି ନେଇ ଗଲେ ସୁନା ଗହଣା। ଗଗନ ଙ୍କ କହିବା କଥା ଯେ, ଗତ କାଲି ରାତିରେ ଗଗନଙ୍କ ପରିବାର ଖାଇ ସାରି ଶୋଇବାକୁ ଯାଇଥିଲେ। ସକାଳ ୫. ୩୦ ବେଳେ ଉଠି ଦେଖିଲା ବେଳକୁ ଯେଉଁ ଘରେ ସୁନା ଗହଣା ଥିଲା, ସେହି ଘର କବାଟ ଖୋଲା ଯାଇଥିବା ବେଳେ ଆଲମିରା ଭାଙ୍ଗି ବା ସହ ଜିନିଷ ପତ୍ର ଏଣେତେଣେ ପଡିଛି। ଏବଂ ସୁନା ଗହଣା ଆଉ ନାହିଁ, ଏହା ଦେଖି ସଙ୍ଗେ ସଙ୍ଗେ ଗଗନ ଙ୍କ ପୁଅ ମାନସ କୁମାର ସାହୁ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଦର ପୁଲିସ ସଙ୍ଗେ ସଙ୍ଗେ ପହଁଚି ତଦନ୍ତ କରିବା ଆରମ୍ଭ କରିଥିଲା। ଗଗନଙ୍କ ଘରୁ ସୁନା ମାଳ, ରାଣୀ ହାର, ମୁଦି ୮, ସୁନା ହାର, ସୁନା କୋଏନ, ସୁନା ବିସ୍କୁଟ, ସୁନା ୬ ପଟ, କାନ ଝର ୬ ହଳ, ସୁନା ବହୁ ବନ୍ଦ, ନେକଲେସ, ସୁନା ଚେନ୍ ୨ ପିସ୍, ସୁନା ର କାନ ଚେନ୍, ରୂପ ପାଉଁଜି ଦୁଇ ହଳ, ରୂପ କୋଏନ ୩୧ ପିସ୍ ଯାହା ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କୁ ପାଇବା ପରେ ସଦର ପୁଲିସ ଏସ ଆଇ ପ୍ରଶାନ୍ତ କୁମାର ସେଠୀ, ସାଇଣ୍ଟିଫିକ୍ ର ଏ ଏସ ଓ ପ୍ରସନ୍ନ ସାହୁ, ସିପକ୍ ବେହେରା, ମଳୟ ସାହୁ, ସନ୍ଧାନୀ କୁକୁର ପରିଚାଳକ ତୋସରାଜ ପ୍ରଧାନ ପହଁଚି ତଦନ୍ତ ଆରମ୍ବ କରିଛନ୍ତି। ସେହିପରି ସେହି ରାତିରେ ଦୁର୍ବୁତ୍ତ ସଞ୍ଜୟ କୁମାର ସ୍ୱାଇଁ ଙ୍କ ଘର କବାଟ ଭାଙ୍ଗିବା ସହ ସୋଲଡିଙ୍ଗ ପାଇପ୍ ସିଲିଣ୍ଡର ନେବା ସହ ଦିଲ୍ଲୀପ ସାହୁ ଙ୍କ କବାଟ ଭାଙ୍ଗି ବା ସହିତ କିଛି ଚେଞ୍ଜ୍ ପଇସା ନେଇ ଯାଇଥିଲେ । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ।
