ମଙ୍ଗଳବାର ଅନୁଗୁଳ ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ରାଜ୍ୟ ସଚିବାଳୟ ର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ସମସ୍ୟା ର କିପରି ସମାଧାନ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଅନୁଗୋଳର ବ୍ଲକ ,ପଞ୍ଚାୟତ,  ସ୍ୱାସ୍ଥ୍ୟ ସେବା ଓ ଅନୁଗୋଳ ମ୍ୟୁନିସିପାଲିଟିରେ ପରିମଳ ବ୍ୟବସ୍ଥା କିପରି ସ୍ଥାଣୁ ସମାଧାନ କରାଯିବ ସେ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ଦିନରେ ଅନୁଗୋଳ ସହରକୁ ଏକ ନମ୍ବର ସହର କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଓ ପଞ୍ଚାୟତ ସ୍ତରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ । 

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp