{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ନାଲକୋ:-

ଅନୁଗୋଳ ଜିଲ୍ଲା ର ଶିଳ୍ପ କାରଖାନାର ମୂଳଦୁଆ ଭାବେ ପରିଗଣିତ ନବରତ୍ନ କାରଖାନା ନାଲକୋ ର ଅଗ୍ରଣୀ ଶ୍ରମିକ ସଂଗଠନ ନାଲକୋ ପ୍ରୋଗ୍ରେସିଭ ଏମ୍ଲୟୀଜ୍ ୟୁନୀୟନ୍ ତାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ନାଲକୋ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ନେପୁ ନିଜର ପ୍ରତିଷ୍ଠା ଦିବସ କୁ ଆଡମ୍ୱର ସହକାରେ ପାଳନ କରିଛି । ମୂଖ୍ୟ ଅତିଥି ଭାବେ ନେପୁ ର ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ନେପୁ ୟୁନୀୟନ୍ ର ଉପଦେଷ୍ଟା ତଥା ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ଅନୁଗୋଳ ର ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଅନୁଗୋଳ ଜିଲ୍ଲା ଓକିଲ ସଂଘ ର ସଭାପତି ଦିଲ୍ଲୀପ ସାହୁ , ନେପୁ ର ସଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ନେପୁ ଏକ ପଞ୍ଜିକୃତ ସଂଗଠନ ଭାବରେ ନାଲକୋ କର୍ମଚାରୀ ମାନଙ୍କ ହକ୍ ଓ ପ୍ରାପ୍ୟ ପାଇଁ ସଦା ସର୍ବଦା ଲଢ଼ି ଆସିଛି କିନ୍ତୁ ବିଡମ୍ବନା ର ବିଷୟ ହେଉଛି ଏବେ ନାଲକୋ ରେ କର୍ମଚାରୀ ମାନଙ୍କ ନିଯୁକ୍ତି , ପେ ରିଭିଯନ ଦ୍ଵାରା ବୋନସ ପ୍ରଦାନ ଆଦି ଦିଗରେ ପଛରେ ପଡି ଯାଇଥିବାରୁ ନେପୁ ତରଫରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । ଦୀର୍ଘ ଦିନ ହେବ ନାଲକୋ ଘୋର କୋଇଲା ସଙ୍କଟ ଦେଇ ଗତି କରୁଛି , ନାଲକୋ ର ନିଜସ୍ୱ କୋଇଲା ଖଣି ଥାଇ ମଧ୍ୟ ଆବଶ୍ୟକ ହେଉଥିବା କୋଇଲା ଯୋଗାଣ ହୋଇପାରୁ ନାହିଁ, ଯାହାକୁ ନେଇ ନାଲକୋ ସଙ୍କଟରେ ଥିବା ନେପୁ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତିଷ୍ଠା ଦିବସ ଭଳି ଏକ ମହତ୍ ଦିନରେ ନେପୁ ୟୁନିୟନ ସହିତ ଛେଣ୍ଡିପଦା ସ୍ଥିତ କୋଇଲା ଖଣି ରେ ନବ ନିଯୁକ୍ତ କର୍ମଚାରୀ ମାନେ ଯୋଗ ଦେଇ କିଭଳି ୟୁନୀୟନ୍ କୁ ସୁଦୃଢ କରିହେବ ସେମାନେ ପ୍ରତିଶ୍ରୁତି ବଧ୍ୟ ହୋଇଥିଲେ। ସେହିଭଳି ନାଲକୋ ସ୍ମେଲଟର କାରଖାନା ର ଅନେକ କର୍ମଚାରୀ ନେପୁ ସହିତ ଯୋଡି ହୋଇଥିଲେ ।ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଟି କୁ ନେପୁ ର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ନେପୁ ର କାର୍ଯ୍ୟଳୟ ସମ୍ପାଦକ ଲିଟୁ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp