ଅଦ୍ୟ ତା ୩୧ଜୁଲାଇ ୨୦୨୫ ରିଖ, ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ “ଦ୍ୱାରା ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ର ବଲାସିଂହା ଉଛ ବିଦ୍ୟାଳୟ ଓ ଗଡ଼ତରାସ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ଚାଲାଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ପ୍ରଧାନଶିକ୍ଷକ, ସହଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ ଏବଂ ଚାଇଲ୍ଡ ହେଲ୍ପଲାଇନ ନମ୍ବର (୧୦୯୮) , ପୋଲିସ ସହାୟତା ନମ୍ବର (୧୧୨) ଅବଗତି କରାଯାଇଥିଲା ।ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା ବଧାନରେ ପ୍ରକଳ୍ପ ସହଯୋଗୀ ସୋନାଲିସା ଶବର ସଭା ପରିଚାଳନା କରିଥିଲେ l