ଅନୁଗୁଳ ର ବରିଷ୍ଠ ଆଇନଜୀବୀ ତଥା ଗଭରର୍ମେଣ୍ଟ ପ୍ଳିଡର (ଜିପି) ଙ୍କୁ ନୂଆଦିଲ୍ଲୀସ୍ଥ ଇଣ୍ଟେଲକଚୁଆଲ କନକ୍ଳେଭ -୨୦୨୫ ଠାରେ ସମ୍ମାନିତ କରାଯାଉଛି। ନୂଆଦିଲ୍ଲୀର ହାବିଟାଣ୍ଟ ସେଣ୍ଟର ଠାରେ ଆୟୋଜିତ ଏକ ବର୍ଣ୍ଣ।ଢ୍ୟ ସମାରୋହରେ ଶ୍ରୀ ମିଶ୍ରଙ୍କୁ ଗଭୀର ବୈଶ୍ୱିକ ଶିକ୍ଷା ଅନୁସନ୍ଧାନ ଓ ସାହିତ୍ୟ ପ୍ରତି ଅବଦାନ ପାଇଁ ବର୍ଲିଙ୍ଗଟନ ଷ୍ଟେଟ ୟୁନିଭର୍ସିଟି ଓ ଯୁକ୍ତରାଷ୍ଟ୍ର ଆମେରିକାର ମେରିଲାଣ୍ଡ ୟୁନିଭର୍ସିଟି ପକ୍ଷରୁ ଡିଲିଟ ଓ ଡକ୍ଟରେଟ ଉପାଧିରେ ମୁଖ୍ୟ ଅତିଥି ରାଜ୍ୟସଭା ସଦସ୍ୟ ଡ.ଦିନେଶ ଶର୍ମା ଓ ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ। ଶ୍ରୀ ମିଶ୍ର ମେଟ୍ରିମୋନିଆଲ ଲ ‘ ଏବଂ ଆଇନ ଓ ସୋସିଆଲ ୱାର୍କରେ ସମ୍ମାନିତ ହୋଇଛନ୍ତି। ଏହି ପୁସ୍ତକରେ ଭାରତର ବିବାହ ଆଇନ ଓ ଅଦାଲତର ପ୍ରକୃତ ଚିତ୍ର ଓ କାରଣ ଲିଖିତ ହୋଇଛି। ଶ୍ରୀ ମିଶ୍ର ସମ୍ମାନିତ ହୋଇଥିବାରୁ ଅନୁଗୁଳ ଜିଲ୍ଳା ବିକାଶ ପରିଷଦର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ, ଅନୁଗୋଳ ଓକିଲ ସଂଘର ହିମାଂଶୁ ଭୂଷଣ ସାମଲ, ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଆଇନଜୀବୀ, ଅନୁଗୁଳ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବନ୍ଧୁ ଓ ପରିବାରବର୍ଗ ମାନେ ଆନନ୍ଦ ପ୍ରକାଶ କରିବା ସହିତ ଅଭିନନ୍ଦନ ଓ ଶୁଭେତ୍ସା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ,ଜମାଇକାର ହାଇକମିଶନର ଜାନ୍ସନ
ହଲ,ଶ୍ରୀଲଙ୍କାର ହାଇକମିଶନର ଜେସାନ ଦିଶାନାଏକ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଜୀବ ଶର୍ମା, ସହାଡୋଲାର ପୂର୍ବତନ ହାଇକମିଶନର ତଥା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ସି. ବି. ତିୱାରୀ, ଇନ୍ଦୋରର ଅତିରିକ୍ତ ପୋଲିସ କମିଶନର ପ୍ରମୋଦ ସୋନକାର, ଇନ୍ଦୋରର ସେଣ୍ଟ୍ରାଲ ଜେଲର ଅଧିକ୍ଷକ ଅଳକା ସୋନକାର, କାଡିଲା ଫାର୍ମାର ପୂର୍ବତନ ଉପସଭାପତି ଡ. ପି. କେ. ରାଜପୁତ, ଆଇଏଆରସିର ସଭାପତି ଏଲିନା ଜମିନ, ଅଷ୍ଟ୍ରେଲିଆର ଆଇନ ବିଶାରଦ ଡ. ଭି. ସି. ଗାଫନୀ, ଅକ୍ସଫୋର୍ଡ ଆନ୍ତର୍ଜାତୀୟ କଲେଜର ଗ୍ରୁପ ନିର୍ଦେଶକ ଡ. ପୁନିତ ଦ୍ବିବେଦୀ ଓ ଅଧକ୍ଷ ଡ. ନେହା ଶର୍ମା, ଜିମ୍ବାୱେର ଏନଭିରୋପ୍ଲସ ଲିମିଟେଡ଼ର ଏମଡି କାଗୁନେ ଫିଲ୍ଲୀପ ପ୍ରମୁଖ ଅତିଥି ମାନେ ଉପସ୍ଥିତ ଥିଲେ।
