ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର କହ୍ନେଇ ନଗରବାସୀ ଏବେ ଜଳ ବନ୍ଦୀରେ ହନ୍ତସନ୍ତ ହେଉଛନ୍ତି। ଏହି ଅଞ୍ଚଳ ଟି ତଳିଆ ହୋଇଥିବା କାରଣରୁ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏଠିକାର ଅଞ୍ଚଳ ବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ଅଞ୍ଚଳରେ ଅବସ୍ଥାପିତ ଥିବା ଶିଳ୍ପ ନଗରୀ ନାଲକୋ ପ୍ରତିଷ୍ଠା ଦିନ ଠାରୁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ଠିକାଦାର ଓ କିଛି କାଣ୍ଡସର ଲୋକେ ଏହି ଅଞ୍ଚଳରେ ଘର କରି ରହି ଆସିଛନ୍ତି । ଚାଳିଶ ବର୍ଷ ରୁ ଅଧିକ ସମୟ ହେବ ପ୍ରାୟ ୧୫ ଶହ ରୁ ଅଧିକ ଜନବସତି ରହିଛି। ବର୍ଷା ହେଲେ ଏହି ଅଞ୍ଚଳ ର ପାଖାପାଖି ୯ ଶହ ଲୋକ ପାଣି ଘେରରେ ହନ୍ତସନ୍ତ ହେଉଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ତିନି ଫୁଟ ରୁ ଅଧିକ ପାଣି ଯାଉଥିବା ବେଳେ ଏଥିରେ ଡ୍ରେନେଜ୍ ର ସୁବିଧା ନ ଥିବା କାରଣରୁ ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଛି । ପ୍ରତ୍ୟେକ ବର୍ଷା ଦିନରେ କହ୍ନେଇ ନଗର ରେ ରହୁଥିବା ଲୋକମାନେ ଜଳବନ୍ଦୀ ସମସ୍ୟା ଦେଇ ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ହୋଇ ପାରି ନାହିଁ। ସେହିଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ପ୍ରଥମ ବର୍ଷାରେ ଚାରି ଫୁଟ ର ବର୍ଷା ଜଳ ସେହି ଅଞ୍ଚଳରେ ଲହଡ଼ି ମାରୁଛି । ସାହି ର ଶେଷ ମୁଣ୍ଡରେ ଥିବା ଜଣେ ଖଳ ପ୍ରକୃତି ର ଲୋକ ତାର ଘର ସାମ୍ନାରେ ମାଟି ବିଛାଇ ପାଣି କୁ ଅବାଧ କରି ଦେଇଥିବାରୁ ରାସ୍ତା ରୁ ପାଣି ଗୁଡିକ ନିଷ୍କାସନ ହୋଇ ପାରୁନାହିଁ । ସମସ୍ୟାର ସମାଧାନ ପାଇଁ କହ୍ନେଇ ନଗର ବାସୀ ବଅଁରପାଳ ତହସିଲଦାର ଙ୍କୁ ଅବଗତ କରାଇଥିଲେ । ସମସ୍ୟା ର ଗୁରୁତ୍ଵ କୁ ବୁଝି ତହସିଲଦାର କୁରୁଡ଼ୋଲ ର ରାଜସ୍ବ ନିରୀକ୍ଷକ ଙ୍କୁ ପଠାଇବା ସହ ପୋଲିସ ମଧ୍ୟ ଘଟଣା ସ୍ଥଳ କୁ ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନାହିଁ ।ଯାହା ଫଳରେ ଚାରି ଦିନ ହେବ ସେମାନେ ଜଳବନ୍ଦୀରେ ନିଜ ଘର ଗୁଡିକରେ ଅଛନ୍ତି ।
ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ