ବେକରେ ଚୁନି ଲଗେଇ ଯୁବତୀଙ୍କ ଆତ୍ମହତ୍ୟା, କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର କଲୋନୀ କ୍ୱାର୍ଟର ନମ୍ୱର ୫ରେ ରହିଥିବା ନାଲକୋ ପୋଷ୍ଟାଲ ବିଭାଗର ୩୦ ବର୍ଷୀୟା ପାର୍ବତୀ ଟୁଡୁ ନାମକ ଜଣେ ଯୁବତୀ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପାର୍ବତୀ ନିଜ ଭଡାଘର ପାଖରେ ଥିବା ଡାକ ବିଭାଗରେ ଚାକିରି କରୁଥିଲେ। ଆଜି ଖାଇବା ଛୁଟି ପରେ ଆଉ ଡ୍ୟୁଟିରେ ଯୋଗ ଦେଇ ନଥିବାରୁ ଡାକ ବିଭାଗର ସହକର୍ମୀ ଡାକିବାକୁ ଆସିଥିଲେ। ଉକ୍ତ ଘର ଭିତରେ ଭାଇ ଭଉଣୀ ଉଭୟ ରହୁଥିଲେ। ଭଉଣୀ ନ ଶୁଣିବାରୁ ଭାଇର ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଭାଇ କବାଟ ଭାଙ୍ଗି ଘର ଭିତରେ ପଶିଲା ବେଳେ ଭଉଣୀ ନିଜ ଚୁନି ସାହାଯ୍ୟରେ ବାହାର ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।ଭାଇ ତୁରନ୍ତ ବଞ୍ଚିଥିବା ନେଇ ଫ୍ୟାନରୁ କଇଁଚି ସାହାଯ୍ୟ ରେ ଚୁନିକୁ କାଟିଲା ବେଳକୁ ଭଉଣୀ ପାର୍ବତୀ ଟୁଡୁ ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଲେ। ପରେ ସ୍ଥାନୀୟ ସୁରକ୍ଷା କର୍ମିଙ୍କୁ ଜଣାଇଥିଲେ। ତେବେ ପାର୍ବତୀଙ୍କ ଘର ମୟୂର ଭଞ୍ଜ ଜିଲ୍ଲା ଭାଲୁଵାସା ଗ୍ରାମରବୋଲି ଜଣା ପଡ଼ିଛି। ପାର୍ବତୀ ଙ୍କ ଘର ଅନୁଗୁଳ ଠାରୁ ଦୂରରେ ହୋଇଥିବା କାରଣରୁ ତାଙ୍କ ମାଆ ଆସିବାରେ ବିଳମ୍ବ ହୋଇଥିଲା , ତେଣୁ ଆଜି ସକାଳ ସମୟରେ ଅନୁଗୁଳ ଥାନା ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି ।
ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp