ଅନୁଗୁଳ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ହେଉଥିବା ୧୦. କେଜି ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ଅନୁଗୁଳ ଟାଉନ ପୋଲିସ ।
ସୂଚନା ମୁତାବକ, ଆଜି ଦିନ ୧୧. ୩୦ରେ ଏକ ଅଟୋ ( ଓଡି ୧୯ଆର ୪୬୮୭) ରେ ଚୋରା ଗଂଜେଇ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ଥାନା ପୋଲିସ ଛକି ରହିଥିଲା। ଆଇ ଆଇ ସି ଧୀରେସ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅଟୋର ପିଛା କରିଥିଲେ। ରାଣୀଗୁଡା ସ୍ଥିତ ରେଲୱେ ଷ୍ଟେସନ ନିକଟସ୍ଥ ବିଦ୍ୟୁତ ସବ ଷ୍ଟେସନ ନିକଟରେ ଉକ୍ତ ଅଟୋ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୦ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ ହୋଇଥିଲା। ଏଥିସହ ଚାଲାଣରେ ସମ୍ପୃକ୍ତ ରାଣୀଗୁଡା ଗ୍ରାମର ରଞ୍ଜନ ଭୂତିଆକୁ ଗିରଫ କରିଥିବା ଆଇ ଆଇ ସି ଶ୍ରୀ ଦାସ ସୂଚନା ଦେଇଛନ୍ତି। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ