Oplus_0

ତା- ୨୭/୦୭/୨୦୨୪ ରେ ଆୟୋଜନ କରିଅଛି । ଉକ୍ତ ନିର୍ବାଚନରେ ନିର୍ବାଚିତ ବିଦ୍ୟାର୍ଥୀ ମାନଙ୍କ ଶପଥ ଗ୍ରହଣ ଲାଗି ଏକ ସଭା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭବିଷ୍ୟତର ନବ ନିର୍ମାତା ଶିଶୁଙ୍କ ମନରେ ଦେଶ ପ୍ରୀତି ସୃଷ୍ଟି କରିବା ଲାଗି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବ୍ଲକ୍ ବିଜେପି ଉପାଧ୍ୟକ୍ଷ ଏବଂ ଢ଼େଙ୍କାନାଳ ମହିଳା ମୋର୍ଚ୍ଚା ପ୍ରଭାତୀ ଶ୍ରୀମତୀ ଯଶସ୍ୱନି ରାଉତ । ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ଫୋରମ୍ ସଭାପତି ଶ୍ରୀଯୁକ୍ତ ରାହୁଲ ଅନୁରାଗ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଫୋରମ୍ ଉପସଭାପତି ଶ୍ରୀମତୀ ରମିତା ପଟ୍ଟନାୟକ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ର ଅଧ୍ୟକ୍ଷା କେ. ବୈଶାଳୀ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଅତିଥିମାନେ ନବନିର୍ବାଚିତ ବିଦ୍ୟାର୍ଥୀ ମାନଙ୍କୁ ସାମାଜିକ ନୈତିକ ବୋଧ ଏବଂ ସମାଜ ପ୍ରତି ଅନୁରାଗ ସମ୍ବନ୍ଧରେ ଅବଗତ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ NSS ପ୍ରତିଯୋଗିତା ୨୦୨୩ରେ ସର୍ବଭାରତୀୟ ସ୍ତରରେ ଶ୍ରୀ ଚୈତନ୍ୟ ସ୍କୁଲର (୮୫୦) ସ୍କୁଲ ମଧ୍ୟରୁ ଅନୁଗୋଳ ଶାଖାର ପ୍ରଥମ ସ୍ଥାନରେ ବିଜୟ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ZONE ସ୍ତରରେ ହୋଇଥିବା ଚେସ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବିଦ୍ୟାର୍ଥୀ ଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ସର୍ବଶେଷରେ ବିଦ୍ୟାଳୟର ଉନ୍ନତି ଏବଂ ବିଦ୍ୟାର୍ଥୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଲାଗି ଶୁଭକାମନା କରି ସଭା କାର୍ଯ୍ୟକ୍ରମ ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp