Oplus_0

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଗ୍ରାମର ଭୀମସେନ ନାଏକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ପାଣିଗୋଳା ଗ୍ରାମର ହିମାଂଶୁ ସିଂହ ଓ ଜଗନ୍ନାଥପୁର ଅଞ୍ଚଳର ବିଶ୍ୱଜିତ ନାଏକ।
ପୋଲିସ କହିବାନୁଯାୟୀ, ଗତ ଜୁଲାଇ ୧୦ ତାରିଖରେ ଭୀମସେନ ଥର୍ମାଲ ପ୍ଲାଣ୍ଟରେ ଡ୍ୟୁଟି ସାରି ଦିନ ଦୁଇଟା ସମୟରେ ଘରକୁ ଫେରୁଥିବା ବେଳେ ଭୋଗବେରେଣୀ ଗ୍ରାମ କାଳୀବଜାର ଠାରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ଧରି ତାଙ୍କୁ ଅଟକାଇଥିଲେ ଓ ଅସଭ୍ୟ ଭାଷାରେ ପାଟିତୁଣ୍ଡ କରିଥିଲେ। ଭୟରେ ଭୀମସେନ ସେଠାରୁ ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ ମାନେ ଗୋଡ଼େଇ ଗୋଡ଼େଇ ଖଣ୍ଡା ଓ ଭୁଜାଲିରେ ଗୋଡ଼, ହାତ ଓ ମୁଣ୍ଡରେ ଆକ୍ରମଣ କରିବାରୁ ସେ ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ପଡି ଯାଇଥିଲେ। ଖବର ପାଇ ତାଙ୍କ ଭାଇ ଭ୍ରମର ସେଠାରେ ପହଞ୍ଚି ପ୍ରଥମେ ତାଙ୍କୁ ବଅଁରପାଳ ଡାକ୍ତରଖାନା ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଭ୍ରମର ଏ ବିଷୟରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତିନି ଜଣ ଅଭିଯୁକ୍ତ ଶିଶିର ନାଏକ, ଭରତ ନାଏକ ଓ ବିକାଶ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp