ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କୁ ଓଡ଼ିଶା ବିଧାନସଭା ର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିଛି । ତେବେ ମାନ୍ୟବର ବିଧାୟକଙ୍କୁ ଶିଳ୍ପ ଇସ୍ପାତ ଖଣି, ଜାନବାହାନ, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ, ଯୋଜନା ସମନ୍ୱୟ ଏବଂ ଦକ୍ଷତା ବିକାଶ ସହ ବୈଷୟିକ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ଦାଇତ୍ୱ ଦିଆଯାଇଛି। ମାନ୍ୟବର ଅନୁଗୁଳ ବିଧାୟକଙ୍କୁ ଏହି ଗୁରୁ ଦାଇତ୍ୱ ମିଳିଥିବାରୁ ଅନୁଗୁଳ ବାସୀ ଏନେଇ କୃତଜ୍ଞତା ଜ୍ଞାପନ କରିବା ସହ ଅନୁଗୁଳ ର ଉନ୍ନତି କିପରି ହୋଇପାରିବ ସେନେଇ ଦାବି ଉପସ୍ଥାପନା କରୁଛନ୍ତି। ସେହି ଭଳି ଅନୁଗୁଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଜଣେ ଲୋକପ୍ରିୟ ବିଧାୟକ ହୋଇଥିବେ ବେଳେ ଅଞ୍ଚଳର କିପରି ଉନ୍ନତି ହେଇ ପାରିବ ସେନେଇ ଅନୁଗୁଳ ବିଧାନସଭା ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଵା ସମେତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସିଧା ସଳଖ ଆଲୋଚନା କରୁଛନ୍ତି। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
