Oplus_0

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଅଧୀନରେ ୬୫୦ ରୁ ଉର୍ଦ୍ଧ ସଦସ୍ୟ ଅଛନ୍ତି। ୫ ତାରିଖ ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ଟ୍ରକ ଲୋଡିଙ୍ଗ ବନ୍ଦ କରିବାକୁ ନେଇ ସଂଘରେ ବିବାଦ ଦେଖାଦେଇଛି। ଅନୁଗୁଳ ବିଧାୟକ ପ୍ରାତପ ଚନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଲୋଡିଙ୍ଗ ପୁନର୍ବାର ଆରମ୍ଭ ହୋଇଥିଲା। ସୂଚନା ମୁତାବକ ୨୦୨୧ ମସିହାରେ ଅନିୟମିତତା ଦୃଷ୍ଟିରୁ ସଙ୍ଘର ୧୮ ଜଣ ସଦସ୍ୟଙ୍କ ସଦସ୍ୟତା କଟି ଯାଇଥିଲା। ଏହି ସଦସ୍ୟ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ତର୍ଜମା କରିବା ପରେ ସଦସ୍ୟତା କାଟିଥିବା କାରଣକୁ ସଠିକ ପାଇଥିଲେ। ଏହା ପରେ ଏହି ୧୮ ଜଣ ସଦସ୍ୟତା ବ୍ୟାହାତ ହୋଇ ପାରିନଥିଲା। କିନ୍ତୁ ସଙ୍ଘର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ପୁଣି ଥରେ ଏହି ବହିସ୍କୃତ ହୋଇଥିବା ସଦସ୍ୟ ମାନଙ୍କୁ ସଦସ୍ୟତା ଦେବାପାଇଁ ସଂଘରେ ବିଭ୍ରାଟ କରୁଛନ୍ତି ବୋଲି ସଂଘର ଉପ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି। ୫ ତାରିଖ ଦିନ ଅନୁଗୁଳ ବିଧାୟକଙ୍କ ହସ୍ତକ୍ଷେପ ପରେ ଲୋଡ଼ିଙ୍ଗ ପ୍ରକ୍ରିୟା ଜାରି ରହିଥିଲା। ବିଧାୟକ ଙ୍କ କହିବା ଅନୁଯାଇ ସଂଘ ଦ୍ଵାରା ବ୍ୟବସାୟ କରି ଗାଡି ମାଲିକ ତଥା ପୋରକ୍ଷରେ ଡ୍ରାଇଭର ଓ ହେଲପର ମାନଙ୍କ ପରିବାରର ଭରଣ ପୋଷଣ ହୋଇପାରୁଛି। ଲୋଡିଙ୍ଗ ବନ୍ଦେହେବା ଦୁର୍ଭାଗର ବିଷୟ। ଯେଉଁ ସଦସ୍ୟ ମାନଙ୍କର ସଦସ୍ୟତା କୁ ନେଇ ଅସୁବିଧା ଅଛି ସେମାନଙ୍କ ସମସ୍ୟାର ସମାଧାନ କରାଯିବ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp