କାର ରେ ବସାଇ ଯୁବତୀଙ୍କୁ ଜଙ୍ଗଲକୁ ନେଇଗଲେ ଆଉ ନିଶା ଦେଇ ଦୁଇଜଣ ଯୁବତୀଙ୍କ ସହ ଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ। ଆଉ ଦୁଷ୍କର୍ମ କରି ସାରିବା ପରେ ଯୁବତୀଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଉକ୍ତ ଘଟଣା ଅନୁଗୁଳ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଏହି ଘଟଣାର ତଦନ୍ତ କରି ପୋଲିସ ୩ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଅନୁଗୁଳ ସହର ପାଖରୁ ମଙ୍ଗଳବାର ରାତିରେ ପିସିଆର୍ ଭ୍ୟାନର କର୍ମଚାରୀ ଗୋପବନ୍ଧୁ ପାର୍କ ଗଳିରୁ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଦୁଇ ଯୁବତୀ ଘଟଣା ସମ୍ପର୍କରେ କହିବା ରୁ ଅନୁଗୁଳ ପୋଲିସ ଆରମ୍ଭ କରିଥିଲା ଛାନଭିନ ।ତଦନ୍ତରୁ ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ଜଣ ସାମିଲ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହା ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଅତି ଗୁରୁତ୍ୱ ସହକାରେ ତଦନ୍ତ କରିଥିଲା ।ଦୁଷ୍କର୍ମ ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ମାରୁତି ସୁଜୁକି କାର ଏବଂ ତିନି ଗୋଟି ମୋବାଇଲ ଫୋନ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗୁରୁବାର ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରିଥିବା ନେଇ ଅନୁଗୁଳ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp