ଆଠମଲ୍ଲିକ ଗସ୍ତ ରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ l ନୂତନ ଭାବେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ପଦବୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନବ ନିଯୁକ୍ତ ହୋଇଥିବା ବୌଦ୍ଧ ବିଧାୟକ ଶ୍ରୀ ସରୋଜ ପ୍ରଧାନ ଆଜି ଆଠମଲ୍ଲିକ ଗସ୍ତ କରିଥିଲେ l ଆଠମଲ୍ଲିକ ଆସି ପ୍ରଥମେ, ଦେଉଳଝରୀ ଶୈବ ପୀଠ ଦର୍ଶନ କରିଥିଲେ ଏବଂ ଆଠମଲ୍ଲିକ ସହର ର ମଧ୍ୟ ସ୍ଥଳି ରେ ଥିବା ଇଷ୍ଟ ଦେବୀ ମା ମାହେଶ୍ୱରୀ ଙ୍କ ମନ୍ଦିର ଦର୍ଶନ କରିଥିଲେ l ତାପରେ ଶ୍ରୀ ପ୍ରଧାନ ଆଠମଲ୍ଲିକ ଠାରୁ ପ୍ରାୟ ପଚିଶ କିମି ଦୂର ମା ବିନିକେୟୀ ପୀଠ କୁ ଯାଇ ସେଠାରେ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l
ଶ୍ରୀ ସରୋଜ ପ୍ରଧାନ ଙ୍କ ଆଗମନ ରେ ଆଠମଲ୍ଲିକ ଅଞ୍ଚଳ ର ସମସ୍ତ ବିଜେପି କର୍ମୀ ତଥା ବରିଷ୍ଠ ନେତା ବୃନ୍ଦ ଉପସ୍ଥିତ ଥିଲେ l
ମା ମାହେଶ୍ୱରୀ ଙ୍କ ମାଟି କୁହା ଯାଉଥିବା ଆଠମଲ୍ଲିକ ଅଞ୍ଚଳ ସହ ଶ୍ରୀ ପ୍ରଧାନ ଙ୍କ ଘନିଷ୍ଠତା ଅତି ନିବିଡ଼ ବୋଲି ସେ ମତ ପ୍ରକାଶ କରିଥିଲେ l ପୂର୍ଵ ରୁ ବହୁବାର ଆଠମଲ୍ଲିକ ଆସିଚି ଏବଂ ଆଠମଲ୍ଲିକ ର ପ୍ରାକୃତିକ ସୌନ୍ଦର୍ଯ୍ୟ ମୋତେ ବହୁ ଆକର୍ଷିତ କରେ ବୋଲି ଶ୍ରୀ ପ୍ରଧାନ ନିଜର ମତବ୍ୟକ୍ତ କରିଥିଲେ, ଏବଂ ଯଦି କେବେ ଆଠମଲ୍ଲିକ ଜନତାଙ୍କ ତଥା ମା ମାହେଶ୍ୱରୀ ଙ୍କ ମାଟି ର ସେବା କରିବାର ସୌଭାଗ୍ୟ ମୋତେ ମିଳେ, ତାହେଲେ ମୁଁ ନିଶ୍ଚିତ ଭାବେ ଆଗେଇ ଆସିବି ବୋଲି ନିଜର ଦୃଢୋକ୍ତି ପ୍ରକାଶ କରିଥିଲେ l
ଶ୍ରୀ ପ୍ରଧାନ ଙ୍କ ସହ ଦେଖାକରିବାକୁ ଆଠମଲ୍ଲିକ ଅଞ୍ଚଳ ର ପ୍ରତ୍ୟକ ବିଜେପି କର୍ମୀ ଅତି ଉତ୍ସାହିତ ହୋଇ ଥିବାର ଦେଖିବାକୁ ମିଳିଛି l
ଶ୍ରୀ ପ୍ରଧାନ ନିକଟସ୍ଥ ବୌଦ୍ଧ ଜିଲ୍ଲା ର ଅଧିବାସୀ ହେଲେ ମଧ୍ୟ, ଆଠମଲ୍ଲିକ ପ୍ରତି ଥିବା ତାଙ୍କ ସମ୍ପର୍କ ର ଘନିଷ୍ଠତା ଅତି ନିବିଡ଼ ବୋଲି ମତ ପ୍ରକାଶ କରିଥିଲେ l ଆଠମଲ୍ଲିକ ରୁ ଅମ୍ଲାନ ମିଶ୍ରଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp