ଆଠମଲ୍ଲିକ ପୂର୍ତ୍ତ ବଙ୍ଗଳାରେ ହର ଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରା ଘେନି ଭାଜପାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଭାଜପା ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗଷ୍ଟ 11 ରୁ 16 ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ପାଳନ ଉପରେ ଆଲୋଚନା କରିଥିଲେ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ଭବାନୀ ପ୍ରସାଦ ଜ୍ୟୋତିଷରାୟ ବୈଠକ ସଂଯୋଜନା କରିଥିଲେ, ଆଠମଲ୍ଲିକ ମଣ୍ଡଳ ସଭାପତି ଅବନୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ, ବୈଠକରେ ବରିଷ୍ଠ ଆଇନଜୀବୀ ଅଞ୍ଜନ ପ୍ରଧାନ, ପ୍ରାଣବନ୍ଧୁ ମେଣ୍ଡୁଳି, ବିଦ୍ୟୁତ ପାଣିଗ୍ରାହୀ, ଅର୍ଜୁନ ରାଉଳ, ରାଜେଶ କୁମାର ମିଶ୍ର, ପ୍ରଭାକର କହଁର, ସୁଧାଂଶୁ ଶେଖର ବେହେରା, ଟୁନୁ ସିଂ ସାମନ୍ତ, ଶିବାଶିଷ ରାଉତଙ୍କ ସମେତ ଜିଲ୍ଲା ଉପସଭାପତି ଅର୍ଜୁନ ସାହୁ, ପୀନା ପାଣିଗ୍ରାହୀ, ବିଶ୍ୱଜିତ୍ ମିଶ୍ର, ସତ୍ୟବ୍ରତ ସାହୁ, ସ୍ଵୟମ୍ବର ପ୍ରଧାନ, ବାନମ୍ବର୍ ପ୍ରଧାନ, କାଉନସିଲର ନୂତନ ବେହେରା, ସୁରଜ ପ୍ରଧାନ, ବିପିନ ବିହାରୀ ମହାପାତ୍ର, ରମେଶ ପ୍ରଧାନ, ଆଦି ବିଧାନ ସଭାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କାର୍ଯ୍ୟ କର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ବୈଠକରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ତ୍ରିରଙ୍ଗା ଯାତ୍ରା, ସବୁଘରେ ତ୍ରିରଙ୍ଗା ଲଗାଇବା ତଥା ବିଭାଜନ ବିଭୀଷିକା ଆଲୋଚନା କର୍ମଶାଳା ତଥା ବାଜପେୟୀଙ୍କ ପୁନ୍ୟତିଥି 16ରେ ପାଳନ ନିଷ୍ପତି ନିଆଯାଇଥିଲା,