କରଜରେ ବୁଡି ରହିଛି ଅନୁଗୁଳ ଇକୋ ପାର୍କ ଯାହା ୧୪ ଲକ୍ଷ ଟଙ୍କା କରଜ ହୋଇଥିବା ଦେଖା ଯାଇଛି। ସୂଚନା ଅନୁଯାଇ ଅନୁଗୁଳ ପୌରପାଳିକା ପକ୍ଷରୁ ସ୍ଥାନୀୟ ଶିକ୍ଷକପଡ଼ା ଠାରେ ନିର୍ମିତ ହୋଇଥିବା ଇକୋ ପାର୍କକୁ ସୌନ୍ଦର୍ଯ୍ୟ ଉପଭୋଗ ସହ ଆନୁଷଙ୍ଗିକ ସୁବିଧା ଉପଭୋଗ ପାଇଁ ଶହ ଶହ ଲୋକ ଏଠାକୁ ଆସିଥାନ୍ତି। ତେବେ ଅନୁଗୁଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ା ରେଠାରେ ୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଇକୋ ପାର୍କ ନାମରେ ଏକ ଉନ୍ନତ ଧରଣର ପାର୍କ ନିର୍ମାଣ ହୋଇଥିଲା। ୨୦୧୮ ମସିହା ଏପ୍ରିଲ୍ ମାସରେ ଏହି ପାର୍କ ଉଦ୍‌ଘାଟନ କରାଯାଇଥିଲା। ଏହା ମଧ୍ୟରେ ଥିବା ମନୋରଞ୍ଜନ ବ୍ୟବସ୍ଥା, ମୁକ୍ତାକାଶ ବ୍ୟାୟାମ, ବୋଟିଂ, ମ୍ୟୁଜିକାଲ୍ ଫାଉଣ୍ଟେନ୍,ହେବ ବୋଲି ଚୁକ୍ତି ହୋଇଥିଲା। ପ୍ରବେଶ ଫି ବାବଦକୁ ୧୮ ଲକ୍ଷ ୫୦ ହଜାର ଓ ବୋଟିଂ ପାଇଁ ୫ ଲକ୍ଷ ଟଙ୍କା ଦେବାର ରହିଥିଲା । ଠିକାସଂସ୍ଥା ନିଜର କର୍ମଚାରୀ ରଖି ପାର୍କର ରକ୍ଷଣାବେକ୍ଷଣ କରିବା ସହ ପାର୍କ ଫି ଆଦାୟ କରିବ ବୋଲି ଚୁକ୍ତି ହୋଇଥିଲା। ପାର୍କ ମଧ୍ୟରେ ପ୍ରବେଶ ପାଇଁ ଟିକେଟ୍ କାଟି ଫି ଆଦାୟ ସହ ବୋଟିଂରୁ ମଧ୍ୟ ଟଙ୍କା ଅସୁଲ କରାଯାଉଛି।ଏଥିରେ ଆଦିବାସୀ ମୂର୍ତ୍ତି, ସିମେଣ୍ଟରେ ନିର୍ମିତ ବନ୍ୟଜନ୍ତୁଙ୍କ ପ୍ରତିମୂର୍ତ୍ତି, ରଙ୍ଗିନ୍ ଆଲୋକ ସହ ଶିଶୁମାନଙ୍କ ପାଇଁ ବିଭିନ୍ନ ଦୋଳି, ଟୟ ଟ୍ରେନ୍ , ବୋଟିଂ ଇତ୍ୟାଦି ରହିଛି।ପାର୍କ ନିର୍ମାଣ ଶେଷ ପରେ ପୌରପାଳିକା ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇ ଏକ ଠିକା ସଂସ୍ଥାକୁ ଏହାର ଦାୟିତ୍ଵ ଦିଆଯାଇଥିଲା କିନ୍ତୁ ଏହି ସଂସ୍ଥା ନିର୍ଦ୍ଧାରିତ ଟଙ୍କା ପୈଠ କରିବାରେ ଅବହେଳା କରିଥିଲା। ଟଙ୍କା ପାଇଁ ପୌରପାଳିକା ପକ୍ଷରୁ ବାରମ୍ବାର ନୋଟିସ୍ କରାଯାଇଥିଲା। କୋରନା ପରେ ଏହି ପାର୍କର ଉନ୍ନତୀକରଣ କରାଯାଇ ଟେଣ୍ଡର୍ ମାଧ୍ୟମରେ ଏକ ଠିକା ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିଲା। ପୌରପାଳିକା ସ୍ଥାନୀୟ ଅଞ୍ଚଳର ଜେ. ସାହୁଙ୍କୁ ଟେଣ୍ଡର୍ ମାଧ୍ୟମରେ ଇକୋ ପାର୍କ ୩ ବର୍ଷ ପାଇଁ ଦେଇଥିଲା | ପ୍ରତି ବର୍ଷ ଏହି ସଂସ୍ଥା ପ୍ରାୟ ୨୩ ଲକ୍ଷ ୫୦ ହଜାର ଟଙ୍କା ପୌରପାଳିକାକୁ ଦେବାପାଇଁ ଚୁକ୍ତି ହୋଇଥିଲା,ତେବେ ସଂପୃକ୍ତ ସଂସ୍ଥା ୩ ବର୍ଷ ପାଇଁ ଏହି ପାର୍କକୁ ଟେଣ୍ଡର ନେଇଥିବା ବେଳେ ପ୍ରଥମ ବର୍ଷ ପୌରପାଳିକାକୁ ନିର୍ଦ୍ଧାରିତ ଟଙ୍କା ଠିକ୍ ଭାବରେ ପୈଠ କରିଥିଲା । ଦ୍ୱିତୀୟ ବର୍ଷ ଠାରୁ ଠିକ୍ ଭାବରେ ପୈଠ ନ କରି ମାସ ମାସ ଧରି ବକେୟା ଟଙ୍କା ବଢ଼ିଚାଲିଥିଲା, ଟଙ୍କା ଦେବାକୁ ପୌରପାଳିକା ପକ୍ଷରୁ ବାରମ୍ବାର ନୋଟିସ୍ ମଧ୍ୟ ଦିଆଯାଇଥିଲା। ନୋଟିସ ପାଇ ସଂପୃକ୍ତ ସଂସ୍ଥା ତରବରିଆ ଭାବେ ଚେକ୍ ଦେଇଥିଲେ। ସେ ଚେକ୍ ବାଉଁଶ ହୋଇଥିବା କଥା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ବାକି ରହିଥିଲା । ନୋଟିସ୍ ପରେ ମଧ୍ୟ ଏହି ସଂସ୍ଥା ପୌରପାଳିକାକୁ ଟଙ୍କା ଦେଇ ନଥିଲା ଫଳରେ ଆଜି ପୌରପାଳିକା ପକ୍ଷରୁ ଉକ୍ତ ଠିକା ସଂସ୍ଥା ସହିତ କରାଯାଇଥିବା ୩ ବର୍ଷିୟା ଚୁକ୍ତିକୁ ବାତିଲ୍ କରି ଦିଆଯାଇଛି । ଏହି ଚୁକ୍ତି ବାତିଲ୍ ପରେ ମଧ୍ୟ ପାର୍କ ଖୋଲା ରହିବ ଓ ପାର୍କର ଦାୟିତ୍ଵ ପୌରପାଳିକା ପକ୍ଷରୁ ନିଆଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ କରିଛନ୍ତି । ପୁଣି ଥରେ ଏ ନେଇ ଟେଣ୍ଡର୍ କରାଯିବ ବୋଲି ସେ କହିଛନ୍ତି । ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp