{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ଆଜି ଆଠମଲ୍ଲିକ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଠମଲ୍ଲିକ ରେ ଆରମ୍ଭ ହେଲା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ l ଆଠମଲ୍ଲିକ ମାହେଶ୍ୱରୀ ମନ୍ଦିର ନିକଟରୁ ହଜାର ହଜାର ବିଜେପି କର୍ମୀ ନିଜ ବାଇକ ରେ ତ୍ରିରଙ୍ଗା ବାନ୍ଧି ଆଠମଲ୍ଲିକ ନଗର ପରିକ୍ରମା ରେ ବାହାରି ଥିଲେ l ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସଂଜୀବ ସାହୁ, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ ସାହୁ ଆଦି ଏହି ଯୋଗଦେଥିଲେ l ସ୍ୱାଧୀନତା ସଂଗ୍ରାମ ରେ ସହିଦ ହୋଇଥିବା ବୀର ଙ୍କ ବଳିଦାନ କୁ ମନେପକେଇ ଏବେ ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା, ରାଷ୍ଟ୍ରୀୟ ଏକତା ବଜାୟ ରଖିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥଲେ ଅନୁଗୁଳ ଜିଲ୍ଲା ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ ସାହୁ l ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିବା ସୂଚନା ମିଳିଛି l ଆଠମଲ୍ଲିକ ରୁ ଅମ୍ଲାନ ମିଶ୍ରଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp