ମହିଳାଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଇଛନ୍ତି ଓଡ଼ିଶା ସରକାର। ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି। ରାଜ୍ୟ ସରକାର ଖୁବ ଶୀଘ୍ର ଏନେଇ ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି। ଏହି ନୀତି ଅନୁଯାୟୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗରୁ ଏଥିପାଇଁ ଜମା ଛୁଟି ନଥିଲା କିନ୍ତୁ ଏବେ ଛୁଟି ମିଳିବ। ଏହା ସମ୍ପୂର୍ଣ ରୂପେ ବିକଳ୍ପିକ, ଅର୍ଥାତ ମହିଳାଙ୍କ ଉପରେ ନିର୍ଭର କରିବ। ଋତୁସ୍ରାବ ପୀଡା କଷ୍ଟ ଦୂରପାଇଁ ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଯେ କୌଣସି ଗୋଟିଏ ଦିନ ସେମାନେ ଛୁଟି ନେଇ ପାରିବେ। ତେବେ ପ୍ରଥମେ ଏହା କେବଳ ସରକାରୀ ମହିଳାଙ୍କ ପାଇଁ ହୋଇଥିବା ବେଳେ ଘରୋଇ କ୍ଷେତ୍ରରେ ମହିଳା ମାନେ ମଧ୍ୟ ଏହି ସୁଯୋଗ ପାଇବେ ବୋଲି ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp