Oplus_0

ଅନୁଗୁଳ :ତା 16/8:ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କର ପୁଣ୍ୟ ତିଥି ପାଳିତ ହୋଇଯାଇଛି |ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଅଟଳବିହାରୀ ବାଜପେୟୀ ବିଶ୍ୱର ଜଣେ ଅଦ୍ୱିତୀୟ ନେତା ଥିଲେ, ଦଳ ମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ, ସେ ଏକାଧାରରେ ଜଣେ ଲେଖକ, କବି, ତଥା ସବୁ ଜଟିଳ ପରିସ୍ଥିତି କୁ ସାମ୍ନା କରି ସହଜ ବାଟ ବାହାର କରି ପାରୁଥିଲେ |ପାକିସ୍ତାନ କୁ ଶାନ୍ତି ର ଦୂତ ସାଜି ଲାହୋର ବସ ଚଳାଇବା ସହ କାର୍ଗିଲ ଯୁଦ୍ଧ କରି ବିଜୟୀ ହେବାରେ ସିଦ୍ଧହସ୍ତ ଥିଲେ ବାଜପେୟୀ |ପ୍ରବଳ ବିରୋଧ ସତ୍ୱେ ପୋଖରାନ ପରମାଣୁ ପରୀକ୍ଷଣ କରି ସମଗ୍ର ବିଶ୍ୱ କୁ ଚକିତ କରିଥିଲେ |ସେ ଯେତିକି କୋମଳ ସେତିକି କଠୋର ଥିଲେ |ବିଚକ୍ଷଣ ବୁଦ୍ଧି ଯୋଗୁଁ ବିରୋଧୀ ଦଳରେ ଥିବା ସତ୍ୱେ ଶାସକ ଦଳ ତରଫରୁ ବିଦେଶ ରେ ଦେଶ ପାଇଁ ପ୍ରତିନିଧିତ୍ୱ କରି ସୁନାମ ଆଣିଥିଲେ |ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରେ ଯୋଗଦେଇ ପରବର୍ତ୍ତୀ ସମୟରେ ଜନସଙ୍ଘ ଓ ବିଜେପି ରେ ପ୍ରତିଷ୍ଠାତା ସଭାପତି ଭାବେ ଦାୟିତ୍ୱ ତୁଲାଇ ରାଷ୍ଟ୍ରବାଦୀ ବିଚାର ଧାରାରେ ଅନୁପ୍ରାଣିତ ହେବା ପାଇଁ କାର୍ଯ୍ୟକର୍ତା ମାନଙ୍କୁ ଦିଗଦର୍ଶନ ଦେଇଥିଲେ |ବାଜପେୟୀ ଙ୍କ ଆଦର୍ଶ ରେ ରାଷ୍ଟ୍ର ପ୍ରଥମ ବିଚାରରେ ଆଜିର କାର୍ଯ୍ୟକର୍ତା ଅନୁପ୍ରାଣିତ ହେବା ପାଇଁ ସାଂସଦ ଶ୍ରୀ ପାଣି ଆହ୍ୱାନ ଦେଇଥିଲେ |ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ଜିଲ୍ଲା ଉପ ସଭାପତି ଅମୀୟ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବରିଷ୍ଟ ନେତା ଦିଲ୍ଲୀପ ପ୍ରଧାନ, ବିଶ୍ୱଜିତ ମିଶ୍ର, ସମୋନାଥ ରାଉତ, ବିଜୟ ମାଝୀ, ସିଦ୍ଧାର୍ଥ ରାଉତରାୟ, ବସନ୍ତ ମଞ୍ଜରୀ ପ୍ରଧାନ, ସୁଜାତା ଦାସ, ସରିତା ମିଶ୍ର, ନମିତା ଦଳ ବେହେରା, ଅପର୍ଣ୍ଣା ସାହୁ, ଶୁଚିସ୍ମିତା ତ୍ରିପାଠୀ, ମଞ୍ଜୁଲତା ସାହୁ, ରୋଜାଲିନ ଦାସ, ଦିଲ୍ଲୀପ ଦାସ, ମିଳାପ ପ୍ରଧାନ, କୁନା ଗଡ଼ନାୟକ, ଅର୍ଜୁନ ମୁଦୁଲି, ପ୍ରଦୀପ ପ୍ରଧାନ, ପ୍ରକାଶ ମଙ୍ଗରାଜ, ସନ୍ତୋଷ ନାଏକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp