ଗତ ତା 9/8/2024 ରିଖ କୋଲକାତା ଆର. ଯି କର ହସ୍ପିଟାଲ ରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଭାରତ ବର୍ଷ ରେ ଏଭଳି ଘଟଣା ବାରମ୍ବାର ଘଟିବା ଏକ ନିନ୍ଦା ବିଷୟ ପାଲଟିଛି ବୋଲି ଯୁବ ଗୋଷ୍ଠୀ କହିଛନ୍ତି। ଏଭଳି ଏକ ଘଟଣା ଶୁଣିବା ପରେ ସମସ୍ତ ଙ୍କ ମନରେ ଦୁଃଖ ର ଲହରୀ ମାଡ଼ି ଆସିଛି । ଏହା ନେଇ ସାରା ଭାରତ ବର୍ଷ ଡାକ୍ତର ମାନେ ଆନ୍ଦୋଳନ କରିବା ସହ ଓଡ଼ିଶା ର ଅନୁଗୋଳ ଜିଲ୍ଲା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା କୁ ଦୃଢ଼ ନିନ୍ଦା ସହ ବିରୋଧ କରି ଅନୁଗୋଳ ଜିଲ୍ଲା ର ଯୁବ ଗୋଷ୍ଠୀ ମଧ୍ୟ ମୁଣ୍ଡ ଟେକି ଛନ୍ତି l ଅନୁଗୋଳ ଜିଲ୍ଲା ସୌଭାଗ୍ୟ ନଗର ସ୍ତିତ ବୀଣାପାଣି ଯୁବକ ସଂଘ ନେତୃତ୍ୱ ରେ ଗତ କଳି ସନ୍ଧ୍ୟା ରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା. ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଟି ଜିଲ୍ଲା ର ପ୍ରଭୁ ଜଗନ୍ନାଥ ମନ୍ଦିର ସମୁଖରେ ଅନୁଷ୍ଠିତ ହୋଇଥିଲା. ଏହି ଶୋଭାଯାତ୍ରା ରେ ବୀଣାପାଣି ଯୁବକ ସଂଘ ର ଯୁବକ ମାନେ ସମସ୍ତେ ଏକଜୁଟ ହୋଇ ଏହି ଶୋଭାଯାତ୍ରା କୁ ସଫଳ କରିଥିଲେ. ଏବଂ ଏହି ଶୋଭାଯାତ୍ରା ରେ ଅନୁଗୋଳ ର ବହୁ ଯୁବକ ସାମିଲ ହୋଇଥିଲେ ଏବଂ ଦୁଃଖ ପ୍ରକାଶ କରିଥିଲେ. ଯଦି ଆଗାମୀ ଦିନ ରେ ମୋମିତl ଙ୍କୁ ନ୍ୟାୟ ନା ମିଳେ ତାହେଲେ ଆନ୍ଦୋଳନ ଜୋର୍ ଧରିବl ନେଇ ଯୁବ ଅନୁଗୋଳ ଜିଲ୍ଲାର ଯୁବ ଗୋଷ୍ଠୀ ଚେତା ବନି ଦେଇଛନ୍ତି।