ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ର ଅନୁଗୁଳ ରେ ମିଶ୍ରିତ ଫଳ ଦେଖିବାକୁ ମିଳିଛି । ଉପବର୍ଗୀକରଣ ଓ ସ୍ଵଚ୍ଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ବୁଧବାର ସକାଳ ୬ ଘଟିକା ସମୟରୁ ଭାରତ ବନ୍ଦ ଡକରା ଦେଇଛି ଅନୁସୂଚିତ ଜାତି(ଏସ୍‌ସି), ଜନଜାତି (ଏସ୍‌ଟି) ଓ କ୍ରିୟାନୁଷ୍ଠାନ କମିଟି। ରାଜଧାନୀ ସମେତ ସମସ୍ତ ଜିଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯାଇଥିବା ସଂଘ ପକ୍ଷରୁ ଦାବି କରାଯାଇଛି । ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ସମସ୍ତ ଏସ୍‌ସି- ଏସ୍‌ଟି ସଂଗଠନ, ମାନବ ଅଧୂକାର ସଂଗଠନ, ଗଣ ସଂଗଠନ, ଶ୍ରମିକ ସଂଗଠନ, ମୋଟର ଯାନ ଆସୋସିଏସନ, ବଜାର କମିଟି, କର୍ମଚାରୀ ସଂଘ ଭାରତ ବନ୍ଦ ଡକରାରେ ସାମିଲ୍ ହେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଅଭିରାମ ମଲ୍ଲିକ କହିଥିଲେ ଯାହାର ଫଳ ସ୍ୱରୂପ ଅନୁଗୁଳ ର ତୁରଙ୍ଗ, ନାଲକୋ, ଏଫ୍.ସି.ଆଇ, ହୁଲୁରିସିଂହା ଆଦି ସ୍ଥାନ ରେ ରାସ୍ତା ରୋକ କରାଯିବା ସହ ସ୍କୁଲ୍ କଲେଜ୍ ଗୁଡ଼ିକୁ ବନ୍ଦ କରାଯାଇଥିଲା । ତେବେ କମିଟି ଦର୍ଶାଇଛି ଯେ, ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସ୍‌ସି-ଏସ୍‌ଟି ଟି ସ୍ଥାନ ସଂରକ୍ଷଣ ଉପରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ। ଏନେଇ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ରାଜନୈତିକ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟ ଏସ୍‌ସି, ଏସ୍‌ଟିଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତିକୁ ଆକଳନ ନକରି ତଥା ବର୍ଗର ସୁରକ୍ଷା ନିମନ୍ତେ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଏପରି ରାୟ ପ୍ରଦାନ କରିଥିବାରୁ ଏହାର ପୁନର୍ବିଚାର କରନ୍ତୁ ବୋଲି ସଂଗଠନ ଦାବି କରିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ କେବଳ ଅଧ୍ୟାଦେଶ କିମ୍ବା ସଂସଦରେ ଆଇନ ପାରିତ କରି ଅକାମୀ କରାଯାଇ ପାରିବ ନଚେତ୍ ଏହାର ପୁନର୍ବିଚାର କରାଯାଇ ପାରିବ ବୋଲି ବିଭିନ୍ନ ସଂଘ ଦାବି କରିଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp