ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଟାଉନ୍ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ହେମସୁରପଡ଼ା ଅଞ୍ଚଳ ର ୨୭ ବର୍ଷୀୟ ଯୁବକ ବିଜୟ କୁମାର ନାଏକ | ସୂଚନା ଯେ, ଅନୁଗୁଳ ସହରର ଜଣେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଜନ୍ମଦିନ ପାଳିବାକୁ ଅନୁଗୁଳ ସହର ଭିତରେ ଥିବା ଏକ ହୋଟେଲକୁ ଡାକିଥିଲେ । ସେଠାରେ ନାବାଳିକାଙ୍କୁ ଏକୁଟିଆ ପାଇ ନିଜକୁ ସମ୍ଭାଳି ନପାରି ଦୁଷ୍କର୍ମ କରିଥିଲେ ଯୁବକ । ତେବେ ବିବାହ ପ୍ରତିଶ୍ରୁତି ଦେଇ ପରେ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏ ଘଟଣା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଉଥିଲେ।ଏହାରି ଭିତରେ ଲଗାତାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜଣାପଡ଼ିବା ପରେ ସେ ବିବାହ ପାଇଁ ଚାପ ପକାଇଥିଲେ। ହେଲେ ବିଜୟ ବିବାହ କରିବାକୁ ମନା କରିଦେବା ସହ ତାଙ୍କର ଗର୍ଭପାତ ନଷ୍ଟ କରାଇଥିଲେ । ଏହା ପରେ ଆଉ ଧରାଛୁଆଁ ନ ଦେବା ସହ ଅନ୍ୟଜଣଙ୍କୁ ବିବାହ କରିଥିଲେ । ଏଥିନେଇ ନାବାଳିକା ପୀଡ଼ିତା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଥାନା ପୋଲିସ ବିଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp